ଛତିଶଗଡ଼ରେ ଗିରଫ ହେଲେ ଓଡ଼ିଆ ବାପ-ପୁଅ, ସ୍କୁଟି ସହ ୫୦ ଲକ୍ଷ ଟଙ୍କାର ୭୪୫ କ୍ୟାରେଟ୍ ହୀରା ଜବତ

ରାଇଘର: ହୀରା କାରବାର ମାମଲାରେ ଛତିଶଗଡ଼ ପୁଲିସ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳର ବାପପୁଅଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଏକ ସ୍କୁଟି ଓ ୭୪୫ କ୍ୟରେଟ୍ ହୀରା ଜବତ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଭାରସୁଣ୍ଡି (ଟୋଲା) ଗ୍ରାମର ଖକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ବୋଲି ଛତିଶଗଡର ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ଶୋଭା ଥାନାରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ଭାରସୁଣ୍ଡି (ଟୋଲା) ଗ୍ରାମର ଖକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ଇତି ମଧ୍ୟରେ ଦୁହେଁ ଏକ ସ୍କୁଟି ଗାଡ଼ିରେ ହୀରା ନେଇ ରାୟପୁର ଅଭିମୁଖେ ଯାଉଥିଲେ। ଅପରପକ୍ଷରେ ପୂର୍ବରୁ ଛତିଶଗଡ ଅନ୍ତର୍ଗତ ଶୋଭା ପୁଲିସ ପକ୍ଷରୁ ଯାନବାହାନ ଯାଞ୍ଚ ଚାଲିଥିବା ବେଳେ ପୁଲିସଙ୍କୁ ଦେଖି ଉଭୟ ବାପ ପୁଅ ସ୍କୁଟି ସହିତ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଥିଲେ। ଜବତ ହୋଇଥିବା ହୀରା ୭୪୫ କ୍ୟାରେଟ୍ ହୋଇଥିବା ସହିତ ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଉଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି |

ଏହି ଚଢ଼ଉ ସମୟରେ ଥାନା ଅଧିକାରୀ ଜୟସିଂ ଧୁଏ, ସବ୍ ଇନିସ୍ପକ୍ଟର୍ ପୁରୁଷୋତ୍ତମ ଯାଦବ, ସୋନାଲାଲ୍ ଯାଦବ, ସ୍ପେଶାଲ ସ୍କ୍ଵାଡରୁ ଅଙ୍ଗଜ୍ ରାଓ ବାଘ, ଚୂଡ଼ାମଣି ଦେବତା, ଜୟପ୍ରକାଶ ମିଶ୍ର, ସୁଶିଲ ପାଠକ, ହରିଦ ସାହୁ ଓ ରବି ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର