ମାଲକାନଗିରି: ଜିଲ୍ଲାରେ କାୟା ମେଲାଉଛି ଝାଡ଼ାବାନ୍ତି। ଗତ ସପ୍ତାହକ ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ସେଥିରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫ରୁ ଊର୍ଦ୍ଧ୍ବ ଏବେବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତ କିଛିଦିନ ତଳେ ମାଥିଲି ବ୍ଲକରେ ଝାଡ଼ାବାନ୍ତିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ବହୁ ଆକ୍ରାନ୍ତ ହୋଇଥିଲେ। ବର୍ଷା ଲାଗି ରହିବା ଏବଂ ଦୂଷିତ ଜଳ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି। ତେଣୁ ଉଷୁମ ପାଣି ବ୍ୟବହାର କରିବା ଏବଂ ପରିଷ୍କାର ପରିଛର୍ଣ୍ଣ ରହିବା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା ଲୋକଙ୍କୁ ସଚେତନ କରାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp