ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମଣିପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇ ୨୫ରୁ ଅଧିକ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୨ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନିକଟ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନେ ସୁସ୍ଥ ଅନୁଭବ କରିବା ପରେ ସେମାନଙ୍କୁ ହଷ୍ଟେଲ ପଠାଯାଇଥିଲା। ଏ ଘଟଣା ପ୍ରଘଟ ହେବା ପରେ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ନିରାପତ୍ତା ବିଭାଗ, ଯୋଗାଣ ବିଭାଗ ଓ ସ୍ୱତନ୍ତ୍ର ମେଡିକାଲ ଟିମ୍ ହଷ୍ଟେଲରେ ପହଞ୍ଚି ରୋଷେଇ ପାଇଁ ଷ୍ଟୋର ରୁମରେ ରଖା ଯାଇଥିବା ଖାଦ୍ୟ ସାମଗ୍ରୀ ଯାଞ୍ଚ କରିଥିଲେ।
ଯାଞ୍ଚ ବେଳେ ଚାଉଳ ବସ୍ତାରୁ କିଛି ବସ୍ତାରେ ପୋକ ଏବଂ ମୂଷା ମଳତ୍ୟାଗ କରିଥିବା ନିମ୍ନମାନର ଚାଉଳ ମହଜୁଦ ଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟପଟେ ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସକ ଡା. ଅଭୟ କୁମାର ଦାସଙ୍କ ସହ ଏକ ୪ଜଣିଆ ଡାକ୍ତରୀ ଟିମ୍ ଆଦର୍ଶ ବିଦ୍ୟାଳୟକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ଫେରି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/30-1.jpg)