ନବରଙ୍ଗପୁରରେ କାୟା ମେଲାଉଛି ଝାଡ଼ାବାନ୍ତି

୨ ମାସର ଶିଶୁ, ବୃଦ୍ଧା ମୃତ

ତେନ୍ତୁଳିଖୁଣ୍ଟି : ରାୟଗଡ଼ା ପରେ ନବରଙ୍ଗପୁର ଜିଲ୍ଲାରେ ମାରାତ୍ମକ ରୂପ ନେଲାଣି ଝାଡ଼ାବାନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ଗୋଟିଏପରେ ଗୋଟିଏ ଗାଁରୁ ଚିହ୍ନଟ ହେବାରେ ଲାଗିଛନ୍ତି ଆକ୍ରାନ୍ତ। ଏପରିକି ରୋଗୀଙ୍କ ସେବା କରିବା ମଧ୍ୟରେ ଦୁଇ ଜଣ ଡାକ୍ତର ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି, ଗତ ଦୁଇଦିନ ମଧ୍ୟରେ ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ, ସ୍ବାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛି।

ତେନ୍ତୁଳିଖୁଣ୍ଟି ବ୍ଲକ୍‌ର ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିପଦର ଗାଁରୁ ପ୍ରଥମ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଗାଁରୁ ଆହୁରି କିଛି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ୧୧ଜଣ ଆକ୍ରାନ୍ତ ହୋଇ ସାରିଥିବା କୁହାଯାଉଛି। ଶୁକ୍ରବାର ଦିନ ଜଣେ ଦୁଇ ମାସର ଶିଶୁ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେହିଭଳି, ପଡ଼ାଆଉଁଳି ଗାଁରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗାଁର ୭୦ବର୍ଷୀୟା କଳାମଣି ହରିଜନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗାଁର ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛି ସ୍ବାସ୍ଥ୍ୟ ବିଭାଗ ଟିମ୍‌।

ସମ୍ବନ୍ଧିତ ଖବର