ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ରେ ଏବେ ଜ୍ବର ସାଙ୍ଗକୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୭ ତାରିଖରେ ବ୍ରହ୍ମଗିରି ବ୍ଲକ୍ କହଳପଦା ଗାଁରେ ଝାଡ଼ାବାନ୍ତିରେ ସରୋଜ ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାର ଦୁଇ ଦିନ ପରେ ସନାତନ ଜେନାଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗାଁର ୪୦ ଜଣ ଆକ୍ରାନ୍ତ ହୋଇ ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଗତ ୧୧ ତାରିଖରେ ଗାଁରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା କରି ଫେରିଥିଲେ। ଗାଁରେ ଆହୁରି ୧୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ଥାନୀୟ ବରଜଙ୍ଗା ଗାଁରେ ମଧ୍ୟ ଝାଡ଼ାବାନ୍ତିରେ ୨୦ ଜଣ ଆକ୍ରାନ୍ତ ହୋଇ ସ୍ଥାନୀୟ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହୋଇ ସେମାନେ ଆଜି ଗାଁକୁ ଫେରିଥିବା ବେଳେ ସଂଧ୍ୟାରେ ଏମାନଙ୍କ ମଧ୍ୟରୁ ପୁଣି ୫ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ଡାକ୍ତରୀ ଦଳ ପହଞ୍ଚିନାହିଁ। ଦୂଷିତ ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କୃଷ୍ଣପ୍ରସାଦ ବ୍ଲକ୍ରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି।
ବ୍ରହ୍ମଗିରିରେ ଝାଡ଼ାବାନ୍ତି ସ୍ଥିତି ଗମ୍ଭୀର
/sambad/media/post_attachments/wp-content/uploads/2019/06/puri-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)