ଭୁବନେଶ୍ବର : ଗୋଟିଏ କି ଦୁଇଟି ନୁହେଁ, ବାବୁମାନେ ଏଭଳି ଢଙ୍ଗରେ ୨୦୧୯ ସରକାରୀ ଡାଏରି ପ୍ରସ୍ତୁତ କରିଛନ୍ତି ଯେ ସେଥିରେ ଏକାଧିକ ତ୍ରୁଟି ଦେଖାଗଲାଣି। କେବଳ ଯେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ରଚିତ କବିତାକୁ କବିବର ରାଧାନାଥ ରାୟଙ୍କ ଲେଖା ବୋଲି ମୁଦ୍ରିତ ହୋଇଛି ତା ନୁହେଁ, ଓଡ଼ିଆ ଭାଗବତରୁ ଯେଉଁ ବାକ୍ୟ ଉଦ୍ଧାର କରାଯାଇଛି, େସଥିରେ ବି ତ୍ରୁଟି ରହିଛି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ବିେଜପି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ବାବୁମାନଙ୍କ ଏଭଳି ଖାମଖିଆଲି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।
ସ୍ଥିତି ଗମ୍ଭୀର ଆଡକୁ ଯାଉଥିବା ଲକ୍ଷ୍ୟ କରି ଆଜି ସରକାରଙ୍କ ଚାପରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିେଯାଗ ବିଭାଗ ପକ୍ଷରୁ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଓ େଲାକ ସଂପର୍କ ବିଭାଗ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଚଳିତବର୍ଷ ସରକାରୀ ଡାଏରିରେ ଜାନୁଆରି ଓ େଫବ୍ରୁଆରି ମାସକୁ ପୃଥକ୍ କରୁଥିବା ପୃଷ୍ଠାରେ ଭୁଲ କ୍ରମେ ଉତ୍କଳମଣି ପଣ୍ଡିତ େଗାପବନ୍ଧୁ ଦାଶଙ୍କ ରଚିତ ପଂକ୍ତିଟି କବିବର ରାଧାନାଥ ରାୟଙ୍କ ନାମରେ ପ୍ରକାଶ ପାଇଛି। ଏହା ସମ୍ପୂର୍ଣ୍ଣ ଅନିଚ୍ଛାକୃତ, େଦ୍ବଷ ରହିତ ଏବଂ ଏକ ପ୍ରାକ୍ ମୁଦ୍ରଣ ଜନିତ ସଂଶୋଧନ ଜନିତ ତ୍ରୁଟି ଅଟେ। ଏହାଦ୍ବାରା ବରପୂତ୍ରମାନଙ୍କ ପ୍ରତି ଅପମାନ କରାଯିବାର କୌଣସି ଉଦ୍ଦେଶ୍ୟ ନାହିଁ। ହେଲେ ଓଡ଼ିଆ ଭାଗବତ କାହିଁକି ତ୍ରୁଟି ହେଲା, ଅନ୍ୟ ମହାପୁରୁଷଙ୍କ େଲଖାରେ ତ୍ରୁଟି କାହିଁକି ହେଲା, େସ ନେଇ କିଛି ଉଲ୍ଲେଖ କରିନାହାନ୍ତି।