ଶ୍ରୀଜିଉଙ୍କ ଦିବା ପହୁଡ଼: ଅଢ଼େଇ ଘଣ୍ଟା ବନ୍ଦ ରହିଲା ଦର୍ଶନ

ପୁରୀ : ପହିଲି ଭୋଗ ମାସ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦିବା ପହୁଡ ନୀତି ଅନୁଷ୍ଠିତ ହୋଇଥିଲା। ଦିବା ପହୁଡ ନୀତି ପାଇଁ ମହାପ୍ରଭୁଙ୍କ ଦର୍ଶନ ଅପରାହ୍ନ ୪ଟାରୁ ୬ଟା ୩୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପହୁଡ ଖୋଲିବା ପ‌ରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ପରମ୍ପରା ମୁତାବକ କାର୍ତ୍ତିକ ମାସ ଓ ପହଲି ଭୋଗ ମାସରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଆଜି ଅନ୍ୟାନ୍ୟ ନୀତି ସବୁ ଶୃଙ୍ଖଳିତ ହୋଇଥିଲା। ଗୁରୁବାର ରାତି ୧ଟା ୫୦ରେ ରାତ୍ର ପହୁଡ ହୋଇ ଆଜି ଭୋର ୪ଟା୪୦ରେ ଦ୍ବାରଫିଟା ହୋଇଥିଲା। ସକାଳ ୫ଟା୧୫ରେ ମଙ୍ଗଳ ଆଳତୀ, ସକାଳ ୬ଟା୪୦ରେ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲ। ସକାଳ ୯ଟା ବେଳେ ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ସେହିଭଳି ସକାଳ ଧୂପ ୧୦ଟା ୩୦, ପ୍ରଥମ ଭୋଗ ମଣ୍ଡପ ୧୨ଟା୨୦, ମଧ୍ୟ‌ାହ୍ନ ଧୂପ ୧ଟା୩୫, ଦ୍ବିତୀୟ ଭୋଗମଣ୍ଡପ ୨ଟା୫୦ ପରେ ଦିବା ପହୁଡ ୩ଟା୩୦ରେ ଅନୁଷ୍ଠିତ ‌ହୋଇ ଅପରାହ୍ନ ୫ଟା ୨୦ରେ ଦ୍ବାରଫିଟା, ଭିତରଶୋଧ ପରେ ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତୀ ହୋଇଥିଲା।

ସମ୍ବନ୍ଧିତ ଖବର