ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି : ଦୁଇ ଘଣ୍ଟା ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ଼ ନୀତି ପାଇଁ ଆଜି ଦୁଇ ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୩ଟା ୩୫ରେ ଦିବା ପହୁଡ଼ ନୀତି ଆରମ୍ଭ ହୋଇଥିଲା। ଫଳରେ ହଜାର ହଜାର ଭକ୍ତ ଦର୍ଶନରୁ କିଛି ସମୟ ପାଇଁ ବଂଚିତ ହୋଇଥିଲେ।

ମଧ୍ୟାହ୍ନ ୧୨ଟା ୨୫ରେ ପ୍ରଥମ ଭୋଗମଣ୍ଡପ ସରିବା ପରେ ଅପରାହ୍ଣ ଗୋଟାଏ ୩୦ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା। ଅପରାହ୍ଣ ୩ଟ‌ାରେ ଦ୍ବିତୀୟ ଭୋଗମଣ୍ଡପ, ୩ଟା ୫ରେ ମଇଲମ ହୋଇ ଦିବା ପହୁଡ଼ ହୋଇ ଅପରାହ୍ଣ ୫ଟା ୪୫ରେ ଦ୍ବାରଫିଟା ହୋଇଥିଲା। ପରେ ସନ୍ଧ୍ୟା ୬ଟା ୨୦ ମିନିଟ୍‌ରେ ସନ୍ଧ୍ୟାଆଳତି ହୋଇଥିଲା।

ସମ୍ବନ୍ଧିତ ଖବର