ଭୁବନେଶ୍ୱର: କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଜୁଲାଇ ୫ତାରିଖରୁ ଆରମ୍ଭ ହୋଇଥିବା “ଦିବ୍ୟକଳା ମେଳା” କାର୍ଯ୍ୟକ୍ରମ ଆସନ୍ତାକାଲି ଉଦ୍‌ଯାପିତ ହେବ। ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଭାରତ ସରକାରଙ୍କ ସଶକ୍ତୀକରଣ ବିଭାଗ, ସାମାଜିକ ନ୍ୟାୟ, ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ବିକାଶ ନିଗମ (ଏନ୍‌.ଡି.ଏଫ୍‌.ଡି.ସି.)ଙ୍କ ସହାୟତାରେ ଏବଂ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥା (ଏସ.ଭି.ନିରତାର) ମାଧ୍ୟମରେ ଏହାକୁ ଆୟୋଜନ କରାଯାଉଛି। ବହୁ ପ୍ରତୀକ୍ଷିତ ଏହି ଦିବ୍ୟକଳା ମେଳା ଅନେକ ଉତ୍ସାହ ଓ କଳାନୈପୁଣ୍ୟର ଚମତ୍କାର ପ୍ରଦର୍ଶନ ସହ ସଫଳତାର ସହ ଆରମ୍ଭ ହୋଇଥିଲା । ପ୍ରତିଦିନ ଏହି ମେଳାରେ ବହୁ ଲୋକଙ୍କର ସମାଗମ ହେବାର ପରିଲକ୍ଷିତ ହେଉଛି ।

Advertisment

ଏହି ମେଳାରେ ଦିବ୍ୟାଙ୍ଗମାନେ ନିଜ ପ୍ରସ୍ତୁତ ବହୁ ସାମଗ୍ରୀ ଯଥା ପୋଷାକ, ଖେଳନା, ଘରସଜ୍ଜା ଉପକରଣ, ଖାଦ୍ୟଦ୍ରବ୍ୟ, ଉପହାର, ଚିତ୍ରପଟ, ଖେଳନା ଆଦି ନାନାଦୀ ସାମଗ୍ରୀ ବିକ୍ରି କରୁଛନ୍ତି । ଯାହାକୁ କ୍ରୟ କରିବା ଲାଗି ଆଗ୍ରହୀ କ୍ରେତାମାନଙ୍କର ଅତ୍ୟନ୍ତ ଆଗ୍ରହ ଦେଖିବାକୁ ମିଳୁଛି।

ଏହି ‘ଦିବ୍ୟକଳା ମେଳା’ରେ ନିଯୁକ୍ତିମେଳାର ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ବିପୁଳ ସଂଖ୍ୟାରେ ଦିବ୍ୟାଙ୍ଗ ଆବେଦନକାରୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଏହି ମେଳାରେ ସମୁଦାୟ ଏପର୍ଯ୍ୟନ୍ତ ୩୨୮ଟି ଆବେଦନପତ୍ରର ପଞ୍ଜୀକରଣ ହୋଇଯାଇଥିବାର ଦୃଷ୍ଟିଗୋଚର ହୋଇଥିଲା। ଏଥିରେ ଆଶାୟୀ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଯୁକ୍ତି ଲାଗି ନିଜର ପଞ୍ଜୀକରଣ କରି ୧୦ଗୋଟି ସମ୍ଭାବ୍ୟ ନିଯୁକ୍ତିଦାତା ସଂସ୍ଥାମାନଙ୍କ ସହିତ ଯୋଗସୂତ୍ରରେ ନିବନ୍ଧିତ ହୋଇପାରିଥିଲେ। ନିଯୁକ୍ତିଦାତା ସଂସ୍ଥାମାନେ ଡାଟା ଏଣ୍ଟ୍ରି ଅପରେଟର, କଲେକ୍ସନ ଏକଜିକ୍ୟୁଟିଭ, କଷ୍ଟମର କେୟାର ଏକଜିକ୍ୟୁଟିଭ, ମେସିନ ଅପରେଟର, ଟେଲିକଲର, ଡେଲିଭରି ଏକଜିକ୍ୟୁଟି ଆଦି ପଦବୀ ଲାଗି ପଞ୍ଜୀକରଣ କରିଥିଲେ ।

ଏହି ଦିବ୍ୟକଳା ମେଳାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲାଗି ମୂଲ୍ୟାୟନ ଏବଂ ସାହାଯ୍ୟ ଉପକରଣ ବିତରଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ୩୦୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତି୍‌୍‌କର ପଞ୍ଜିକରଣ ହୋଇଥିଲା। ସେଥିମଧ୍ୟରୁ ୯୦ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଲିମ୍‌କୋଏବଂ ୧୧ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏସ୍‌.ଭି.ନିର୍‌ତାର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ସାହାଯ୍ୟ ଉପକରଣ ବିତରଣ କରିଥିଲେ।