ଗୃହ ରାଷ୍ଟ୍ର ମନ୍ତ୍ରୀ ହେଲେ ଦିବ୍ୟଶଙ୍କର

ଭୁବନେଶ୍ବର : ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟା ହେବାର କିଛି ସମୟ ପରେ ‌େସଥ‌ିରେ ଗୋଟିଏ ପରିବର୍ତ୍ତନ କରା‌ଯାଇଛି। ପ୍ରଥମେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା। ଶ୍ରୀ ମଲ୍ଲିକ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବାରୁ ଆଉ ଗୋଟିଏ ବିଭାଗରେ ରାଷ୍ଟ୍ର ମନ୍ତ୍ରୀ ରହିପାରିବେ ନାହିଁ ବୋଲି ବ୍ୟବସ୍ଥା ରହିଛି। ସେଥି ପାଇଁ ପରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ ଦିବ୍ୟ ଶଙ୍କର ମିଶ୍ରଙ୍କୁ ପ୍ରଦାନ କରାଗଲା। ଶ୍ରୀ ମିଶ୍ରଙ୍କୁ ପୂର୍ବରୁ ଦିଆଯାଇଥିବା ତିନିଟି ବିଭାଗ ସହ ଏହି ଦାୟିତ୍ବ ବି ତୁଲାଇବେ। ୧୯୯୯ ମସିହାରେ କଂଗ୍ରେସ ସରକାର ସମୟରେ ପ୍ରସାଦ ହରିଚନ୍ଦନଙ୍କୁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ବ ମିଳିଥିଲା। ଶ୍ରୀ ମିଶ୍ର ଦ୍ବିତୀୟ ମନ୍ତ୍ରୀ ଭାବେ ଏହି ଦାୟିତ୍ବ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର