ଭୋଟ୍‌ ଦେଇ ନ ପାରି ଫେରିଲେ ଦିବ୍ୟାଙ୍ଗ କଳ୍ପନା

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କନସିଂହା ଗ୍ରାମ ପଞ୍ଚାୟତ ବଇଦପାଲି ଗ୍ରାମର ଦିବ୍ୟାଙ୍ଗ କଳ୍ପନା ଧରୁଆ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଦେବାକୁ ଯାଇଥିଲେ। ରମେଡେଗାରେ ହୋଇଥିଲା ତାଙ୍କ ବୁଥ୍‌। ଭିନ୍ନକ୍ଷମ ସତ୍ତ୍ବେ ଦୀର୍ଘ ୩ କିମି ବାଟ ଖରାରେ ଚାଲି ଚାଲି ଯାଇ ଭୋଟ ଦେବାକୁ ଧାଡ଼ିରେ ଅପେକ୍ଷା କରିଥିଲେ। ମାତ୍ର ପରେ ଜଣାପଡ଼ିଥିଲା ଯେ ଭୋଟର୍‌ ତାଲିକାରେ ତାଙ୍କ ନାମ ନାହିଁ। ଯେତିକି ଆଗ୍ରହରେ କଳ୍ପନା ଭୋଟ ଦେବାକୁ ଯାଇଥିଲେ ସେତିକି ଦୁଃଖରେ ସେ ଘରକୁ ଫେରିଥିଲେ। ସୂଚନାଯୋଗ୍ୟ ଅନେକ ବୁଥରେ ନୁତନ ଭାବରେ ସାମିଲ ହୋଇଥିବା ଭୋଟର୍‌ଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ। ଯଦ୍ବାରା ସେମାନେ ଭୋଟ୍‌ଦାନରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧିତ ଖବର