କ୍ୟାପଟେନ ଶବ୍ଦର ଅପବ୍ୟବହାର କରୁଛନ୍ତି ଦିବ୍ୟଶଙ୍କର

ଅଭିଯୋଗ ଆଣିଲେ ବିଜେପି ନେତା

ଭୁବନେଶ୍ବର : କ୍ୟାପଟେନ୍‌ ଶବ୍ଦର ଅପବ୍ୟବହାର କରୁଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏହି ଅଭିଯୋଗ କରିଛନ୍ତି ପୂର୍ବତନ ସେନା କର୍ମଚାରୀ ତଥା ବିଜେପି ନେତା କର୍ଣ୍ଣେଲ ପ୍ରଭାତ ପଣ୍ଡା। ସେ କହିଛନ୍ତି, ସମ୍ବିଧାନ ଧାରା ୧୮ ଅନୁଯାୟୀ, ପ୍ରତିରକ୍ଷାରେ ସ୍ଥଳସେନା, ବାୟୁସେନା ଏବଂ ନୌସେନା ଯିଏ ଯେଉଁ ରୢାଙ୍କରେ ଅଛନ୍ତି, ସେ ତାର ବ୍ୟବହାର କରିପାରିବେ। ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କ୍ୟାପଟେନ୍‌ ରୢାଙ୍କ ଦିଆଯାଏ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବାୟୁସେନାରେ ସର୍ଟସର୍ଭିସ୍‌ କମିସନରେ ଫ୍ଲାଇଟ୍‌ ଲିଟ୍ୟୁନାଣ୍ଟ ଥିଲେ। ସେ ଫ୍ଲାଇଟ୍‌ ଲିଟ୍ୟୁନାଣ୍ଟ ନଲେଖି କ୍ୟାପଟେନ୍‌ କିଭଳି ଲେଖୁଛନ୍ତି ବୋଲି କର୍ଣ୍ଣେଲ ପଣ୍ଡା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର