କେନ୍ଦ୍ରାପଡ଼ା : ଜନ୍ମରୁ ୯୦ ପ୍ରତିଶତ ଦିବ୍ୟାଙ୍ଗ ବରଜ କୁମାର ଦାସଙ୍କ ସଫଳତାକୁ ନେଇ ଆଜି କେନ୍ଦ୍ରାପଡ଼ାବାସୀ ପ୍ରଶଂସାରେ ଶତମୁଖ। ବରଜଙ୍କର ଅଧ୍ୟବସାୟ, ଆତ୍ମବିଶ୍ବାସ ଆଜି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ବରଜଙ୍କର ଦୁଇ ଗୋଡ଼ ନାହିଁ। ହାତ ଥିଲେ ବି ଆଙ୍ଗୁଳି ନାହିଁ। ଦୁଇ ହାତରେ ଦୁଇଟି ଲେଖାଏ ଆଙ୍ଗୁଳି ଅଛି। କିନ୍ତୁ ବରଜ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଟପର‌୍‌ ହୋଇଛନ୍ତି। ସେ ପଦାର୍ଥ ବିଜ୍ଞାନ ସମ୍ମାନରେ ୯୧.୫୮ ପ୍ରତିଶତ ନମ୍ବର ରଖି ଏହି ସଫଳତା ଅର୍ଜନ କରିଛନ୍ତି। ମହାକାଳପଡ଼ା ବ୍ଲକ୍‌ ବିଜୟନଗର ଶଙ୍ଖପଦା ଗ୍ରାମର ଚାଷୀ ର˚ଜନ ଦାସଙ୍କ ପୁଅ ବରଜଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।

Advertisment

ବରଜ ପିଲାଦିନୁ ମେଧାବୀ ଥିଲେ ବି ପରିବାରର ଦାରିଦ୍ର୍ୟ ସା˚ଗକୁ ଶାରୀରିକ ଅକ୍ଷମତା ତାଙ୍କ ପାଠପଢ଼ାରେ ପ୍ରତିବନ୍ଧକ ସାଜିଥିଲା। ସବୁଦିନ ଚାଲି କରି ସ୍କୁଲ ଯିବା ତାଙ୍କ ପକ୍ଷେ ସମ୍ଭବ ହେଉ ନଥିଲା। କିନ୍ତୁ ପାଠ ପଢ଼ି ଭଲ ମଣିଷ ହେବାର ଜିଦ୍‌ ତାଙ୍କୁ ସବୁ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢିବାର ଉତ୍ସାହ ଦେଇ ଚାଲିଥିଲା। ବରଜ ମାଟ୍ରିକ୍‌ ଓ ଯୁକ୍ତ ଦୁଇରେ ମଧୢ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୮ମସିହାରେ ମହାକାଳପଡ଼ା ବିଜୟନଗର ହାଇସ୍କୁଲ୍‌ରୁ ସେ ୮୬ପ୍ରତିଶତ ନମ୍ବର ରଖି ମାଟ୍ରିକ୍‌ ପାସ୍‌ କରିଥିଲେ। ଏହାପରେ କେନ୍ଦ୍ରାପଡ଼ା ସ୍ବୟ˚ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ବି ୮୪ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ପଦାର୍ଥ ବିଜ୍ଞାନ ଅନର୍ସ ରଖି ପଢିବା ସହିତ ତିନି ବର୍ଷର ଯୁକ୍ତ ତିନି ପାଠ ପଢ଼ା ଭିତରେ ପ୍ରତ୍ୟେକ ସେମିଷ୍ଟରରେ ୮୫ ପ୍ରତିଶତରୁ ଅଧିକ ନମ୍ବର ରଖି ଆସୁଥିଲେ। ପ୍ରଥମ ସେମିଷ୍ଟର‌୍‌ରେ ବରଜଙ୍କ ୮୫.୫ ପ୍ରତିଶତ ନମ୍ବର ରହିଥିବା ବେଳେ ଦ୍ବିତୀୟ ସେମିଷ୍ଟର‌୍‌ରେ ୯୧.୫, ତୃତୀୟ ସେମିଷ୍ଟର‌୍‌ରେ ୮୬.୪, ଚତୁର୍ଥ ସେମିଷ୍ଟର‌୍‌ରେ ୯୮ ଓ ପ˚ଚମ ସେମିଷ୍ଟର‌୍‌ରେ ୯୩ ପ୍ରତିଶତ ନମ୍ବର ରହିଥିଲା। ସେ ଯୁକ୍ତ ତିନିରେ ମୋଟ ୨୬୦୦ରୁ ୨୩୭୬ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି।

publive-image

ଏଭଳି ସଫଳତା ଉପରେ ପ୍ରତିକ୍ରିୟା ରଖି ବରଜ କହିଛନ୍ତି ଯେ ପିଲା ଦିନୁ ପାଠ ପଢ଼ିବା ପ୍ରତି ପ୍ରବଳ ଆଗ୍ରହ ଥିଲା। କିନ୍ତୁ ଶାରୀରିକ ଅକ୍ଷମତା ସବୁବେଳେ ପଛକୁ ଟାଣୁଥିଲା। ପ୍ରଥମରୁ ପ˚ଚମ ଯାଏ ପାଠ ପଢ଼ିଲା ବେଳେ ପ୍ରତିଦିନ ସ୍କୁଲ୍‌ ଯିବା ସମ୍ଭବ ହେଉ ନଥିଲା। ବାପା କାଖେଇ ନେଇ ସ୍କୁଲ୍‌ରେ ଛାଡ଼ୁଥିଲେ ଓ ଛୁଟି ପରେ ଆଣୁଥିଲେ। ହାଇସ୍କୁଲ୍‌ ବେଳକୁ ଅବଶ୍ୟ ଏହି ସମସ୍ୟା ଦୂର ହେଇଗଲା ଯେବେ ତିନି ଚକିଆ ସାଇକଲ୍‌ ମିଳିଲା। ଏହି ସାଇକଲ୍‌ରେ ଦୈନନ୍ଦିନ ସ୍କୁଲ୍‌ ଯାଆସ କଲି। ଏହାପରେ କେନ୍ଦ୍ରାପଡ଼ା କଲେଜରେ ନାମ ଲେଖାଇ ପାଠ ପଢ଼ୁଥିଲି। ପରିବାର ଲୋକଙ୍କ ଭରପୁର ସହଯୋଗ ରହିଥିଲା। ପ୍ରଶାସନ ବି ସହଯୋଗ କରିଛି। ଭବିଷ୍ୟତରେ ଅଧୢାପକ କିମ୍ବା ପ୍ରଶାସନିକ ସେବାରେ ଯୋଗ ଦେବାର ଲକ୍ଷ୍ୟ ରହିଥିବା ବରଜ କହିଛନ୍ତି।