ଭୟଭୀତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ କିଣନି : ମନ୍ତ୍ରୀ

ବେଆଇନ ମହଜୁଦ୍‌କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ର ମହଜୁଦ୍‌ ରହିଛି। ଏହାର ପରିବହନ ଲକ୍‌ଡାଉନ୍ କଟକଣାମୁକ୍ତ ରଖାଯାଇଛି। ତେଣୁ ସମ୍ଭାବ୍ୟ ବାତ୍ୟା ଯୋଗୁ ଭୟଭୀତ ହୋଇ ଅଧିକ ପରିମାଣର ଖାଦ୍ୟ ସାମଗ୍ରୀ ନ କିଣିବା ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଖାଉଟିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟରେ ଲକ୍‌ଡାଉନ୍ ଓ ସପ୍ତାହନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଥିଲା ବେଳେ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ଥିବାରୁ କିଛି ଲୋକ ଆବଶ୍ୟକତା ଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାର ସମ୍ଭାବନା ରହିଛି। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରିବାର ଆଶଙ୍କା ରହିଛି। ତେଣୁ ଯାଞ୍ଚ୍‌ ବ୍ୟବସ୍ଥାକୁ କରିବା ସହ ଅସାଧୁ ବ୍ୟବସାୟୀଙ୍କ ବ‌ିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟ ଓ ଜିଲ୍ଲା ସ୍ତରରେ ଖାଉଟି ଦ୍ରବ୍ୟ ବ୍ୟବସାୟୀଙ୍କ ସହିତ ନିୟମିତ ବୈଠକ କରି ବଜାରରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର