କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଜଟଗଡ଼ ଗ୍ରାମରେ ପୁଣି ଝାଡ଼ାବାନ୍ତିରେ ୧୨ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ, ଜଟଗଡ଼ ଗ୍ରାମରେ ଗତମାସରେ ଝାଡ଼ାବାନ୍ତିରେ ୨୫ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ। ଗାଁରେ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା କରିବା ପରେ ସମସ୍ତେ ସୁସ୍ଥ ହୋଇଥିଲେ। ଦୁଇଦିନ ହେବ ପୁଣି ଗାଁରେ ଝାଡ଼ାବାନ୍ତି ବ୍ୟାପିବା ସହ ୧୨ରୁ ଅଧିକ ଲୋକ ଆକ୍ରାନ୍ତ ହେବାର ଖବର ପାଇ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ଚିକିତ୍ସା କରିଥିଲେ।
୧୨ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ ୫ ଜଣ ତରବୋଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ଗ୍ରାମରେ ଚିକିତ୍ସା କରାଯାଇଥିବା କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ରୁପାମୁଦ୍ରା ବାରିକଙ୍କ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/28-15.jpg)