ଛତୁ ଖୋଜିବାକୁ ଯାଇ ଅଘଟଣ: ବିଦ୍ୟୁତ୍ ଆଘାତରେ ଯୁବକଙ୍କ ଜୀବନ ଗଲା

ଭଞ୍ଜନଗର : ଛତୁ ଖୋଜିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଚୂନପଲ୍ଲୀ ଗ୍ରାମର ପ୍ରମୋଦ ପଶାୟତଙ୍କ ପୁଅ ଶକ୍ତି ପଶାୟତ (୧୮)। ଲଗାଣ ବର୍ଷା ହୋଇଥିବାରୁ ଜମିରେ ଫୁଟିଥିବା ଛତୁ ଖୋଜିବାକୁ ଆଜି ସକାଳେ ଶକ୍ତି ଓ ତାଙ୍କ ସହଯୋଗୀ ଅଜିତ୍ ଯାଇଥିଲେ। ସେଠାରେ ବିଦ୍ୟୁତ୍ ତାର ବିଛାଯାଇଥିବା ଉଭୟ ଜାଣି ପାରି ନଥିଲେ। ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶକ୍ତି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ସ୍ଥାନୀୟ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଫସଲକୁ ବନ୍ୟଜନ୍ତୁ କବଳରୁ ସୁରକ୍ଷା ପାଇଁ ଜମିରେ ତାର ବିଛାଯାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର