ଡିଜେଲ ଅପମିଶ୍ରଣ: ମୁଖ୍ୟ ଅଭିଯୁକ୍ତ ଗିରଫ

ଛତିଆ: ବୈରୀ ଥାନା ବୁଢ଼ାକେନ୍ଦୁଆ ବଜାରରେ ପୁଲିସ ଚଢ଼ଉ କରି ୭ଶହ ଲିଟର ନକଲି ଡିଜେଲ ଓ ପେଟ୍ରୋଲ ଜବତ କରିଛି। ଏଥିରେ ବ୍ୟବହାର କରାଯାଉଥିବା କେମିକାଲ ମଧ୍ୟ ଜବତ ହୋଇଛି। ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମିଆ ପଞ୍ଚାୟତ ବରଗଡ଼ ଗ୍ରାମର ଝୁମର ଖଟୁଆ (୪୮)କୁ ପୁଲିସ ଗିରଫ କରିଛି।

ସେ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ କରି ଏଠାରେ ବହୁଦିନ ଧରି ବ୍ୟବସାୟ କରିଆସୁଥିଲା। ଗତ ବର୍ଷ ଜିଲ୍ଲା ସ୍ବତନ୍ତ୍ର ସ୍କ୍ବାଡ୍‌ ଏହି କାରଖାନା ଉପରେ ଚଢ଼ଉ କରି ବହୁ ପରିମାଣର ନକଲି ଡିଜେଲ ଓ ପେଟ୍ରାଲ ଜବତ କରିବା ସହ ଝୁମରକୁ ଗିରଫ୍ କରିଥିଲା। ଜେଲରୁ  ବାହାରିବା ପରେ କିଛି ଦିନ ବେପାର ବନ୍ଦ କରିଦେଇଥିଲା। ପ୍ରାୟ ୪ ମାସ ହେବ ସେ ପୁଣି ଏହି ବେଆଇନ କାରବାର ଆରମ୍ଭ କରିଦେଇଥିଲା। ଏ ଖବର ପାଇ ବୈରୀ ଥାନା ଅଧିକାରୀ ସଂଘମିତ୍ରା ନାୟକ ଗତକାଲି ବିଳମ୍ବିତ ରାତିରେ ନକଲି କାରଖାନା ଉପରେ ଚଢ଼ଉ କରି ଝୁମରକୁ ଗିରଫ କରିଥିଲେ। ବୈରୀ ଥାନା କେସ୍‌ ନଂ ୧୮୭/୨୨ରେ ତାକୁ କୋର୍ଟ ଚାଲାଣ କରାଯାଇଅଛି।

ସମ୍ବନ୍ଧିତ ଖବର