ବେଧଡ଼କ ଭାବେ ଝାଡ଼ଖଣ୍ଡରୁ ଓଡ଼ିଶାକୁ ଡିଜେଲ ଚାଲାଣ, ଟ୍ୟାଙ୍କର ଜବତ

ଯୋଡା : ବେଧଡ଼କ ଭାବେ ଝାଡ଼ଖଣ୍ଡ ରାଜ୍ୟରୁ ଡିଜେଲ ଓଡ଼ିଶାକୁ ଯୋଗାଣ କରାଯାଉଛି। ମୁନାଫାଖୋର ବ୍ୟବସାୟୀ ଓଡ଼ିଶାର ରାଜସ୍ୱ ଫାଙ୍କି ଏହି କାରବାର ଚଳାଇଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ନୂଆମୁଣ୍ଡିରୁ ଆଜି ଯୋଡ଼ାକୁ ଡିଜେଲ ଯୋଗାଣ ସମୟରେ ଯୋଡ଼ା ପୁଲିସ ହାତରେ ଧରାପଡ଼ିଛି। ବିଲେଇପଦା ନୂଆମୁଣ୍ଡି ରାସ୍ତାର ସିଆଲଯୋଡା ନିକଟରୁ ଶନିବାର ଏକ ଡିଜେଲ ବୋଝେଇ ଟ୍ୟାଙ୍କରକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, ଝାଡଖଣ୍ଡରୁ ଯୋଡା ଖଣି ଅଞ୍ଚଳର ବିଭିନ୍ନ ଠିକାସଂସ୍ଥା ଝାଡଖଣ୍ଡରୁ ନିୟମିତ ‌ଡିଜେଲ ଆଣୁଛନ୍ତି। ସେଠାରେ ଡିଜେଲର କମ୍‌ ମୂଲ୍ୟ ଥିବାରୁ ସେମାନେ ସେଠାରୁ ଡିଜେଲ ଆଣି ଟ୍ରକ ଇତ୍ୟାଦି ଯାନବାହନରେ ବ୍ୟବହାର କରୁଛନ୍ତି। ଝାଡଖଣ୍ଡରୁ ଡିଜେଲ ଆଣିବା ଦ୍ୱାରା ଓଡ଼ିଶା ସରକାରଙ୍କ ରାଜସ୍ୱ ହରାଉଥିବା ଦର୍ଶାଇ ସ୍ଥାନୀୟ ଲୋକେ ଉକ୍ତ ଟ୍ୟାଙ୍କରକୁ ଧରି ପୁଲିସ ପାଖରେ ଜିମା ଦେଇଛନ୍ତି। ଏନେଇ ବଡବିଲ ଜିଏସ୍‌ଟି ସ୍କ୍ୱାଡ଼୍ ଖବର ପାଇବା ପରେ ଏହି କାରବାର ନେଇ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର