ଭୁବନେଶ୍ୱର: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଖାଦ୍ୟ ଭତ୍ତା | ସରକାରୀ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଦୈନିକ ୨୪୦ ଟଙ୍କାର ଖାଦ୍ୟ ଭତ୍ତା ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର | ତେବେ ଏହାକୁ ଟଙ୍କା ଆକାରରେ ଦିଆ ନଯାଇ ୨୪୦ଟଙ୍କାର ଖାଦ୍ୟ ଯୋଗାଇ ଦିଆଯିବ ଏବଂ ଏ ବାବଦରେ କୌଣସି ଆର୍ଥିକ ପ୍ରୋତ୍ସାହନ ଦାବି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କିଶୋର  ମହାପାତ୍ର |

Advertisment

ଏ ନେଇ ଆଜି ଓଡିଶା ସରକାର ନିଷ୍ପତି ନେଇଥିବା ବେଳେ ତୁରନ୍ତ ଏହାକୁ ଲାଗୁ କରିବ ପାଇଁ ନିର୍ଦେଶ ଦିଆଯାଇଛି | ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଏକ ଚିଠି ଲେଖି ସବୁ ଜିଲ୍ଲାପାଳ ଏବଂ ସରକାରୀ ଡାକ୍ତରଖାନାକୁ ଏ ନେଇ ସୂଚନା ଦେଇଛନ୍ତି | ସରକାରୀ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଉତ୍ତମ ଖାଦ୍ୟ ଦିଆଯାଉଛି କି ନାହିଁ ସେ ନେଇ ନିୟନ୍ତ୍ରଣ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ ବୋଲି ଚିଠିରେ ଲେଖାଯାଇଛି |

publive-image

ନିଜ ଜୀବନକୁ ବାଜିରେ ଲଗାଇ ଡାକ୍ତରମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇଦେବାର ଲକ୍ଷ୍ୟ ନେଇ ସରକାର ଏଭଳି ନିଷ୍ପତି ନେଇଛନ୍ତି | ଏହି ନିୟମ ଲାଗୁ ହେବା ପରେ ଦୈନିକ ପ୍ରତି ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ୨୪୦ଟଙ୍କାର ଖାଦ୍ୟ ଭତ୍ତା ଦିଆଯିବ | ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବ୍ୟୟ କରାଯିବ।