ଜୟପୁର : ଜୟପୁର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ୭୫ତମ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୁରୁତ୍ବ ମିଳିଥିବା ବେଳେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କୁ ଏକପ୍ରକାର ଅପଦସ୍ତ ହେବାକୁ ପଡ଼ିଛି। ରାଜନୀତିରେ ଗୋଟିଏ ଗୋଟିଏ ଦୃଶ୍ୟ ଭିନ୍ନ ସଙ୍କେତ ଦେଇଥାଏ। ଆଜିର ଦୃଶ୍ୟ ସେହିଭଳି କିଛି ସଙ୍କେତ ଦେଉଥିବା ନେଇ ଚର୍ଚ୍ଚା ହେଉଛି। ତେବେ,ଏହି ଚର୍ଚ୍ଚାର କେତେ ବାସ୍ତବତା ରହିଛି, ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଜୟପୁର ଆସିଥିବାରୁ ବିଧାୟକ ଶ୍ରୀ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ବୋଲି ସ୍ଲୋଗାନ ଦେଇଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟ ବହୁତ ସହଯୋଗ କରିଥିବା ପ୍ରକାଶ କରିଥିଲେ। ବିକ୍ରମ ଦେବ ମହାବିଦ୍ୟାଳୟରେ ଏକ ଅଡିଟୋରିୟମ, ଜଗନ୍ନାଥ ସାଗର ଉନ୍ନତୀକରଣ ଭଳି ୫ଟି ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ କହିଥିଲେ ଯେ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଗୁପ୍ତେଶ୍ବରଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ଏଣୁ ଗୁପ୍ତେଶ୍ବର ମନ୍ଦିର ଉନ୍ନତି କରାଯିବା ଦରକାର। ଦେଓମାଳି ପାହାଡ଼କୁ ଆନ୍ଧ୍ର ମାଡ଼ି ବସିବାକୁ ଲାଗିଲାଣି, ତେଣୁ ଆପଣ କଣେଇ ଆଖିରେ ଅନାଇ ଦେବେ ତେବେ ଗୁପ୍ତେଶ୍ବର ଓ ଦେଓମାଳିରେ ବିକାଶର ଧାରା ଉଡ଼ିବ। ଆପଣ ବାରମ୍ବାର ଏହି ଜିଲ୍ଲାକୁ. ଆସନ୍ତୁ ଏହି ବିକାଶକୁ ଆଖି ଆଗରେ ରଖି ଆଗକୁ ବଢ଼ି ଚାଲନ୍ତୁ।’ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ସଭା ମଞ୍ଚରେ ହିଁ ମୁଖ୍ୟମନ୍ତ୍ରୀ ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ୮କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ଘୋଷଣା କରି ଆଦେଶନାମା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।
/sambad/media/post_attachments/wp-content/uploads/2023/02/WhatsApp-Image-2023-02-03-at-9.43-750x430.jpg)
ଦ୍ବିତୀୟ ଦୃଶ୍ୟରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଦଶହରା ପଡ଼ିଆରେ ଓହ୍ଲାଇବା ପରେ କାରକେଡ୍ରେ ମଞ୍ଚ ନିକଟକୁ ଆସିଥିଲେ। ସାଂସଦ, ମନ୍ତ୍ରୀ, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରକୁ ଯାଉଥିବା ସମୟରେ ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ମଧ୍ୟ ମଞ୍ଚ ଉପରକୁ ଚଢ଼ି ଯାଇଥିଲେ। ମଞ୍ଚ ତଳେ ଥିବା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ(ବବି) ତୁରନ୍ତ ଉପରକୁ ଯାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦଙ୍କ ହାତ ଧରି ତଳକୁ ଆଣିଥିଲେ। ସାମାଜିକ ଗଣମାଧ୍ୟମରେ ଏହିସମୟର ଦୃଶ୍ୟ ଭାଇରାଲ ହୋଇଥିବା ବେଳେ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ମଞ୍ଚରୁ ଟାଣି ଆଣିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ତେବେ, ପୂର୍ବତନ୍ତ୍ରୀ ମନ୍ତ୍ରୀ ରବିନାରାୟଣ ନନ୍ଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଏହା ଆମ ପରିବାରର କଥା, ମୋର ସର୍ବୋଚ୍ଚ ନେତା ଆସିଥିଲେ। ମୋର ସର୍ବୋଚ୍ଚ ନେତାଙ୍କୁ ସ୍ବାଗତ କରିବା ପାଇଁ ମତେ ନିର୍ଦ୍ଦେଶ ରହିଥିଲା। ସେ ମଞ୍ଚରେ ବସିବା ପର୍ଯ୍ୟନ୍ତ ତାଙ୍କ ସହିତ ରହିବା ପାଇଁ ନିର୍ଦ୍ଦେଶ ଆସିଥିଲା ଏବଂ ମୁଁ ସେତିକି କାର୍ଯ୍ୟ କରିଛି।’ ସେତିକି କାମ ସରିବା ପରେ ଆସନ୍ତୁ ଯିବା ବୋଲି ବବିବାବୁ କହିଥିବା ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/WhatsApp-Image-2023-02-03-fff.jpg)