ଗୋଲାମୁଣ୍ଡା/କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଦେଇଛି। ଅଧିକ ତଦନ୍ତ ପାଇଁ ଆଜି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାରଙ୍କ ନେତୃତ୍ୱରେ ଏକ ୯ ଜଣିଆ ଟିମ୍ ସନ୍ସାଇନ୍ ପବ୍ଲିକ ସ୍କୁଲର ଗାର୍ଲସ ହଷ୍ଟେଲରେ ପହଞ୍ଚିଛନ୍ତି।
ଗାର୍ଲସ ହଷ୍ଟେଲର ମୁଖ୍ୟ ଫାଟକ ବନ୍ଦ ଥିବାରୁ ଡିଆଇଜିଙ୍କ ଉପସ୍ଥିତିରେ ତାଲ ଭଙ୍ଗାଯାଇଥିଲା। ସ୍ୱତନ୍ତ୍ର ପୁଲିସ ଟିମ୍ ଗାର୍ଲସ ହଷ୍ଟେଲ ପରିସରରେ ୧୫ ମିନିଟ୍ ପର୍ଯ୍ୟନ୍ତ ରହି ତଦନ୍ତ କରିଥିଲେ। ପୁଲିସର ଏହି ସ୍ୱତନ୍ତ୍ର ଟିମ୍ରେ ବଲାଙ୍ଗୀର ଏସ୍ପି ନୀତିନ କୁଶଲକର, କଣ୍ଟାବାଞ୍ଜି ଏସ୍ଡିପିଓ ହୃଷୀକେଶ ମେହେର, ଟିଟିଲାଗଡ଼ ଏସ୍ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ ପ୍ରମୁଖ ଥିଲେ। କୁହାଯାଉଛି, ଗାର୍ଲସ ହଷ୍ଟେଲ ଭିତରୁ ଗେଷ୍ଟହାଉସକୁ ଗୁପ୍ତ ରାସ୍ତା ରହିଥିଲା। ତେଣୁ ଏହି ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପୁଲିସକୁ ମିଳିପାରେ ବୋଲି ଆଶଙ୍କା ରହୁଛି।
ପୁଲିସ ଟିମ୍ ଗାର୍ଲସ ହଷ୍ଟେଲରେ ପ୍ରବେଶ କରିବା ପୂର୍ବର ସାଇଣ୍ଟିଫିକ୍ ଦଳ ସହିତ କଥାବାର୍ତ୍ତା କରିଥିଲେ। ରାସ୍ତା ଖୋଳାଯାଇଥିବା ସ୍ଥାନରେ ମମିତା ମେହେରଙ୍କ ମୋବାଇଲ ଖୋଜିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/e9d34b97-c64a-4fd2-83d2-29d0f3cbb7ef.jpg)