ଗୋବିନ୍ଦଙ୍କ ପରକୀୟା ପ୍ରୀତି ବାବଦରେ ଜାଣିଦେଇଥିଲେ ମମିତା, ସେଥିପାଇଁ ବଳି ପଡ଼ିଲେ : ପୁଲିସ

ବଲାଙ୍ଗୀର: ମାଲିକଙ୍କ ପରକୀୟା ପ୍ରୀତି ବାବଦରେ ଜାଣିଦେଇଥିଲେ ସ୍କୁଲ ଅଧ୍ୟକ୍ଷା ମମିତା ମେହେର | ସେଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ସ୍କୁଲ ମାଲିକ ଗୋବିନ୍ଦ ସାହୁ | ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଡ଼ିଆଇଜି ଡ଼.ଦୀପକ କୁମାର | ଡିଆଇଜିଙ୍କ ସୂଚନା କ୍ରମେ ଗୋବିନ୍ଦ ସାହୁ ମମିତାଙ୍କୁ  ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ |

କେମିତି ହେଲା ପର୍ଦ୍ଦାଫାଶ
ମମିତା ନିଖୋଜ ନେଇ ଅଭିଯୋଗ ମିଳିବା ପରେ ତଦନ୍ତ କରିଥିଲା ପୁଲିସ୍ | ତଦନ୍ତ ବେଳେ ପାଖାପାଖି ୧୭ ଘଣ୍ଟାର ସିସିଟିଭି ଫୁଟେଜ ପୁଲିସ ସଂଗ୍ରହ କରିଥିଲା | ପୁଲିସ ପକ୍ଷରୁ ୯ଟି ଟିମ ଗଠନ କରାଯାଇ ବିଭିନ୍ନ ସାକ୍ଷୀମାନଙ୍କୁ ପଚରାଉଚୁରା କରାଯାଇଥିଲା | ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଯେ ଗୋବିନ୍ଦ ସାହୁଙ୍କ କାରରେ ହିଁ ହତ୍ୟାକାଣ୍ଡ ଘଟିଛି |ଆଉ କାରର ପଛସିଟରେ ହିଁ ହତ୍ୟା ହୋଇଥିବାର ପୁଲିସ ପ୍ରମାଣ ପାଇଛି | ୮ ତାରିଖରେ ହତ୍ୟା କରାଯାଇଥିବାବେଳେ ବିଳମ୍ବିତ ରାତିରେ ନେଇ ମୃତଦେହକୁ ପୋତାଯାଇଥିଲା |

କାହିଁକି ମମିତାଙ୍କୁ ମାରିଥିଲେ ଗୋବିନ୍ଦ
ଗୋବିନ୍ଦଙ୍କ ଏକ୍ସଟ୍ରା ମାରିଟାଲ ଅଫେୟାର(ପରକୀୟା ପ୍ରୀତି) ବାବଦରେ ମମିତା ଜାଣିଥିଲେ । ଆଉ ମମିତାଙ୍କ ପାଖରେ ଏହି ପରକୀୟା ପ୍ରୀତି ବାବଦରେ ପ୍ରମାଣ ମଧ୍ୟ ଥିଲା | କିଛି ଦିନ ତଳେ ମମିତା ପ୍ରମାଣକୁ ନେଇ ଗୋବିନ୍ଦଙ୍କୁ ଧମକାଇଥିଲେ | କାଳେ ଏହି ଘଟଣା ବାହାରକୁ ଆସିଯିବ ସେଥିପାଇଁ ମମିତାଙ୍କୁ ହତ୍ୟା କରାଯାଇଥିବା କହିଛି ପୁଲିସ | ତେଣୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ଯୋଜନା କରିଥିଲେ | ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ ସାଥୀରେ ନେଇଯାଇଥିଲା ଗୋବିନ୍ଦ । ହତ୍ୟା ପରେ ଅନ୍ଧାର ହେଲା ପରେ ମୃତଦେହକୁ ଷ୍ଟାଡିୟମକୁ ନେଇ ପୋଡିଥିଲେ ଗୋବିନ୍ଦ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ମୃତଦେହକୁ ପୋତାଯାଇଥିଲା ।

ସମ୍ବନ୍ଧିତ ଖବର