ପୁରୀ: ଶ୍ରୀମନ୍ଦିରକୁ କୌଣସି ବଡ ଧରଣର ଆକ୍ରମଣ ଆଶଙ୍କା ନେଇ ସତର୍କ ରହିଛି ଓଡିଶା ପୁଲିସ । ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଯାଏଁ ଉଚ୍ଛେଦ କରିବାର କାରଣ ବିଷୟରେ ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ । ସେ କହିଛନ୍ତି, ଯଦି କୌଣସି ଦୁର୍ବୃତ, ଗ୍ରେନେଡ୍ ଫିଙ୍ଗିବାକୁ ଚେଷ୍ଟା କରେ, ତେବେ ସେ ୬୦ରୁ ୬୫ ମିଟର ଯାଏଁ ଫିଙ୍ଗିପାରିବ । ଏହାଛଡା ମନ୍ଦିର ନିକଟରେ ସୁରକ୍ଷାକର୍ମୀଙ୍କ ଗତିବିଧି, ଯାଂଚ୍ ଏବଂ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ନେବା ପାଇଁ ଏହି ୭୫ ମିଟର ଯାଏଁ ଉଚ୍ଛେଦ ଏକାନ୍ତ ଆବଶ୍ୟକ ବୋଲି କୁହାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ପୁରୀ ଏସପି ଉମାଶଙ୍କର ଦାସ କହିଛନ୍ତି, ବର୍ତମାନ ଦେଶରେ ସ୍ଥିତି ଦୃଷ୍ଟିକୋଣରୁ ପୁରୀକୁ ସ୍ୱତନ୍ତ୍ର ନଜର ଭିତରେ ରଖାଯାଇଛି । ଆତଙ୍କବାଦୀ ଗତିବିଧି ଉପରେ ମଧ୍ୟ ସ୍ୱତନ୍ତ୍ର ଭାବେ ସତର୍କ ରହିଛି ପୋଲିସ । ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଯାଏଁ ଉଚ୍ଛେଦ କରିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ପରେ ଏହାର କାରଣ ବିଷୟରେ ସ୍ପଷ୍ଟ କରିଛନ୍ତି କେନ୍ଦ୍ରାଂଚଳ ଡିଆଇଜି ଆଶିଷ ସିଂ । ସେ କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ହାତରେ ଗ୍ରେନେଡ ଧରି ଶ୍ରୀମନ୍ଦିର ଉପରକୁ ଫିଙ୍ଗିବାକୁ ଚାହିଁବ, ତେବେ ସେ ସର୍ବାଧିକ ୬୦ରୁ ୬୫ ମିଟର ଯାଏଁ ଫିଙ୍ଗିପାରିବ । ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ଏବଂ ବିଶେଷଜ୍ଞଙ୍କ ମତ ଆଧାରରେ ଏଭଳି ଏକ ଯୋଜନା ପ୍ରସ୍ତୁତ ହୋଇଛି । ମେଘନାଦ ପାଚେରୀଠାରୁ ୭୫ ମିଟର ଚଉଡାରେ ଉଚ୍ଛେଦ ହେଲେ ୭୦୦ରୁ ଅଧିକ ଘର, ୭ଟି ହୋଟେଲ ଓ ୩୦୦ରୁ ୪୦୦ଟି ଦୋକାନ ଘର ଭଙ୍ଗା ଯାଇପାରେ ।
ପୁରୀର ସୁରକ୍ଷା ଦୃଷ୍ଟିକୋଣକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳ ହୋଇପାରିଛନ୍ତି । ଏସପି ଉମାଶଙ୍କର ଦାଶ କହିଛନ୍ତି, ବର୍ତମାନ ଦେଶର ଯେଉଁ ପରିସ୍ଥିତି ରହିଛି ଏବଂ ଆତଙ୍କବାଦୀଙ୍କ ଭୟ ରହିଛି, ତାହାକୁ ଦୃଷ୍ଟିରେ ରଖି ଏସବୁ ପଦକ୍ଷେପ ନିଆ ଯାଉଛି । ପୁରୀର ଭିତିଭୂମି ବିକାଶ ସହ ଏହାକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସ୍ଥଳି କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ତା ଭିତରେ ଶ୍ରୀମନ୍ଦିରର ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠୁ ବଡ ପ୍ରାଥମିକତା ଥିବା ସୂଚନା ମିଳିଛି ।