ନୂଆପଡ଼ା: ଶୁକ୍ରବାର ଦିନ ନୂଆପଡ଼ା ଜିଲ୍ଲା ଦିନକିଆ ଗସ୍ତରେ ଆସିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ଡିଆଇଜି ସାଫିନ୍ ଅହମ୍ମଦ କେ। ଗୁରୁବାର ଦିନ ନୂଆପଡ଼ା ମାଓପ୍ରବଣ ସୁନାବେଡା, ସୋସେଙ୍ଗ ଜାମଗାଁ ଠାରେ ଥିବା ପୁଲିସ କ୍ୟାମ୍ପକୁ ପରିଦର୍ଶନ କରି ସେଠାରେ ଯବାନମାନଙ୍କ ସହ ଆଲୋଚନା କରିଥିଲେ।
ଶୁକ୍ରବାର ଦିନ ଡିଆଇଜି ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷ ବୈଠକ କରିଛନ୍ତି। ଏହାପରେ ଜିଲ୍ଲା ପୁଲିସ ଅଫିସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କହିଛନ୍ତି ଯେ ନୂଆପଡ଼ା ଜିଲ୍ଲାରେ ମାଓବାଦୀ ଗତିବିଧି କମିଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ରାହୁଲ ଜୈନ, ଅତିରିକ୍ତ ଏସପି ସୁନିଲ ଆଚାର୍ଯ୍ୟ, ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ,ଡିଆଇବି ଡିଏସପି ମିତ୍ରଭାନୁ କିଶାନ ପ୍ରମୁଖ ଉପସ୍ଥିତ ଥିଲେ।
ତା’ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ବୋଡ଼େନ ବ୍ଳକରେ ଏକ ନୂତନ ଥାନା ଗୃହ ଉଦଘାଟନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/nua-1.jpg)