ମାଲକାନଗିରି: ସ୍ୱାଭିମାନ ଅଂଚଳକୁ ଦକ୍ଷିଣାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ଆଜି ଗସ୍ତ କରିଛନ୍ତି। ଡିଆଇଜିଙ୍କ ସହ ମାଲକାନଗିରି ଏସପି ରିଶିକେଷ ଖିଲାରି ମଧ୍ୟ ଥିଲେ। ସ୍ୱାଭିମାନ ଅଂଚଳରେ ନୂତନ ଭାବେ ନିର୍ମାଣ କରାଯାଇଥିବା ବିଏସଏଫ କ୍ୟାମ୍ପକୁ ତଦାରଖ କରିବା ସହ ଏହି ଅଂଚଳକୁ କିପରି ସୁରକ୍ଷା ପ୍ରଦାନ କରାଯାଇପାରିବ ସେନେଇ ସେ ଏସପିଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଆଗାମୀ ଦିନରେ ଆଗକୁ କିପରି ପୁଲିସ ବଢିବ ଏବଂ ଏଠାରେ ସଂପୂର୍ଣ୍ଣ ଭାବେ ନକ୍ସଲକୁ ମୂଳପୋଛ କରିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସ୍ୱାଭିମାନ ଅଂଚଳରେ ନକ୍ସଲ ଏବେ ବେକଫୁଟରେ ପହଞ୍ଚିଛି।
ଏଠାରେ ସୂଚନାଯୋଗ୍ୟ ଯେ ଆଜି ସ୍ୱାଭିମାନ ଅଂଚଳକୁ ବିଏସଏଫ ପହଞ୍ଚିବା ଏବଂ ଯୋଗାଯୋଗର ବ୍ୟବସ୍ଥା କରିବା ପଛରେ ଡିଆଇଜି ଶ୍ରୀ ଅହମ୍ମଦଙ୍କ ହାତ ରହିଛି। ସ୍ୱାଭିମାନ ଅଂଚଳରେ ଚାରୋଟି ନୂତନ ଏୟାରଟେଲ ଟାଓ୍ଵାର ନିର୍ମାଣ ହୋଇପାରିଛି। ସୁରକ୍ଷାକୁ କଡାକଡି କରିବାରୁ ଏଠାରେ ରାସ୍ତା ପହଞ୍ଚିପାରିଛି। ଆଗକୁ ଡାକ୍ତର ଆସିବେ, ସ୍କୁଲ ଖୋଲିବ ବୋଲି ଶ୍ରୀ ଅହମ୍ମଦ ପ୍ରକାଶ କରିଛନ୍ତି। ଦିନ ଥିଲା ଏଠାରେ ନକ୍ସଲଙ୍କର ରାଜ ଚାଲିଥିଲା। କିନ୍ତୁ ଆଜି ଏଠାରେ ପୁଲିସର ରାଜ ଚାଲିଛି। ନକ୍ସଲ ପୁଲିସର ବିରୋଧରେ ଲୋକଙ୍କୁ ଏଠାରେ ମତାଉଥିଲେ। ଲୋକେ ମଧ୍ୟ ବାଧ୍ୟ ହୋଇ ଶୁଣୁଥିଲେ। କିନ୍ତୁ ଏବେ ଲୋକେ ନିଜ ପାଖରେ ପୁଲିସକୁ ପାଇ ପୁଲିସର ବ୍ୟବହାରକୁ ଜାଣିବା ପରେ ଖୁସି ମନାଇଛନ୍ତି। ସେମାନେ ଜାଣିପାରିଛନ୍ତି ଯେ ନକ୍ସଲ ସେମାନଙ୍କ ପାଇଁ କେବେ ମଧ୍ୟ ବିକାଶର ମାର୍ଗ ନୁହନ୍ତି। କେବଳ ପ୍ରଶାସନ ହିଁ ବିକାଶର ମାର୍ଗ। ଆଜି ସ୍ୱାଭିମାନ ଅଂଚଳରେ ରାସ୍ତା, ପାନୀୟ ଜଳ, ସ୍କୁଲ, ସ୍ୱାସ୍ଥ୍ୟ ପହଞ୍ଚି ପାରିଛି। ଲୋକେ ଏହାର ଫାଇଦା ଉଠାଉଛନ୍ତି।
/sambad/media/post_attachments/wp-content/uploads/2020/11/Mkg-police-DIG-At-cutoff-area-1-1024x768.jpg)
ଡଆଇଜି ଶ୍ରୀ ଅହମ୍ମଦ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି। କୋରାସେତୁରେ ହୋଇଥିବା ବିଏସଏଫ କ୍ୟାମ୍ପକୁ ପରିଦର୍ଶନ କରି ସେ ବହୁ ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି। ଆଜି ଯଦି ପୁଲିସ ଏଠାରେ ପହଞ୍ଚିପାରିଛି ତେବେ ପୂର୍ବରୁ ବହୁ ପୁଲିସ,ବିଏସଏଫ ଏବଂ ସିଆରପିଏଫଙ୍କ ବଳିଦାନ ରହିଥିବା କହିଥିଲେ। ଆଗକୁ ସ୍ୱାଭିମାନ ଅଂଚଳରେ ସେମସ୍ତ ବିକାଶ କାର୍ଯ୍ୟ ତ୍ୱବାରାନ୍ଵିତ ହେବ ବୋଲି କହିଥିଲେ।
ଏସପି ରିଶିକେଶ ଖିଲାରି ମଧ୍ୟ ଏଠାରେ ନକ୍ସଲଙ୍କର ପତିଆରାକୁ ଉଚିତ ଜବାବ ଦିଆଯାଇ ସେମାନଙ୍କ ପଛକୁ ହଟିବାକୁ ବାଧ୍ୟ କରାଯିବ ବୋଲି କହିଥିଲେ। ଲୋକେ ଏଥର ଶାନ୍ତିରେ ଶୋଇବେ। ପୁଲିସ ପଇଁତରା ମାରିବ ବୋଲି କହିଥିଲେଯଶୁଭ ଦିନ ଆଗକୁ ଆସୁଛି। ଫେରିଥିବା ଲୋକେ ପୁଣି ଆସିବେ। ନିଜର ଭିଟାମାଟିକୁ ଫେରି ନିଜର ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବେ। ଗୋରାସେତୁ ଏବଂ ଯଡାମ୍ବରେ ରହିଥିବା ନକ୍ସଲଙ୍କର ସ୍ମାରକୀଗୁଡିକକୁ ନଷ୍ଟ କରାଯିବ ନାହିଁ ବୋଲି ଡିଆଇଜି କହିଥିଲେ। କାରଣ ଭବିଷ୍ୟତରେ ଏଠାକାର ପିଲାମାନେ ଏହାକୁ ଦେଖିବା ସହ ପୂର୍ବର ଇତିହାସକୁ ମନେପକାଇବେ। କିପରି ନକ୍ସଲ ଏଠାରେ ରାଜ କରୁଥିଲେ ଏବଂ ପୁଲିସ ସେମାନଙ୍କୁ ତଡିବାରେ ସଫଳ ହୋଇପାରିଥିଲା। ଲୋକମାନଙ୍କ ଶାନ୍ତି ପାଇଁପୁଲିସ ସବୁବେଳେ ନିରନ୍ତର ସହଯୋଗ କରିଆସୁଛି ଏବଂ ଆସିବ ବୋଲି ଦୁଇ ପୁଲିସ ଅଧିକାରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Mkg-police-DIG-At-cutoff-area-2.jpg)