ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଲଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ ଲୋକନାଥ ମିଶ୍ର ଓ ବହଳଦାର କୃଷି ଅଧିକାରୀ ଉତ୍ତମ କୁମାର ସାଓଙ୍କ ପୌରାହିତ୍ୱରେ କୃଷି ଓ କୃଷକ ବୈଷୟିକ ବିଭାଗ ଏବଂ କୃଷି ଜିଲ୍ଲା ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକର ବିଡିଓ, ସମସ୍ତ ତହସିଲର ତହସିଦାର, ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ବ୍ଲକ୍ ପ୍ରକଳ୍ପ ସଂଯୋଜକ, ଓଏଲଏମ ପ୍ରମୁଖ ଯୋଗ ଦେଇଥିଲେ। କର୍ମଶାଳାରେ ପ୍ରଶିକ୍ଷିକା ଭାବେ ଶୁଭଲକ୍ଷ୍ମୀ ଦାସ ଯୋଗଦେଇ ଡିଜିଟାଲ୍ ଫସଲ ସର୍ବେକ୍ଷଣ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଡିଜିଟାଲ୍ ଫସଲ ସର୍ବେକ୍ଷଣ ହେଲେ ଚାଷୀମାନେ ଉପକୃତ ହେବେ ବୋଲି ମତ ରଖିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp