ଭୁବନେଶ୍ବର : ଟ୍ରେନ ଯାତ୍ରା ଟିକେଟ୍, ପ୍ଲାଟ୍‌ଫର୍ମ ଟିକେଟ୍, ସିଜିନ ଟିକେଟ୍‌ର ନବୀକରଣ କିମ୍ବା କିଣିବା ପାଇଁ ଏବେ ପେଟିଏମ୍ ଏବଂ ମାଗଣା ଚାର୍ଜ ୟୁପିଆଇ କ୍ୟୁଆର କୋଡ୍ ମାଧ୍ୟମରେ ଏଟିଭିଏମ ଦ୍ୱାରା କରାଯାଉଛି। ଏକ୍ଷେତ୍ରରେ ପାଉଣା ପୈଠକୁ ତ୍ୱରାନ୍ୱିତ କରିବା ପାଇଁ ରେଳବାଇ ଏବେ ଏଟିଭିଏମ ଆପ୍ଲିକେସନ୍‌କୁ ଭାରତୀୟ ରେଳବାଇର ସୂଚନା ପ୍ରଦ୍ୟୋଗିକୀ ଅନୁପ୍ରୟୋଗର ବିକାଶ ଓ ସମ୍ପାଦନ କରୁଥିବା ସଂସ୍ଥା କ୍ରିସ ସିଆରଆଇଏସ୍‌ ଦ୍ୱାରା ସକ୍ଷମ କରାଇଛି। ନୂଆଦିଲ୍ଲୀ ଷ୍ଟେସନରେ ଉତ୍ତର ରେଳପଥର ସହଯୋଗରେ ଏଟିଭିଏମ ମାଧ୍ୟମରେ ପାଉଣା ପୈଠ ପାଇଁ ଲାଇଭ୍ ଟ୍ରାଏଲ୍ ସଫଳତାର ସହିତ ଶେଷ ହୋଇଛି।

Advertisment

୨୦୨୧ ସେପ୍ଟେମ୍ବରରୁ ଯାତ୍ରୀମାନେ ରିଚାର୍ଜ ପାଇଁ ଷ୍ଟେସନ୍ ବୁକିଂ କାଉଣ୍ଟର ପ୍ରତି ନିର୍ଭର କରିବା ପରିବର୍ତ୍ତେ ମୋବାଇଲ୍ ୱେବସାଇଟ୍/ଆପ୍‌ରେ ୟୁଟିଏସ୍‌ ମାଧ୍ୟମରେ ଅନ୍‌ଲାଇନରେ ଏଟିଭିଏମ ସ୍ମାର୍ଟ କାର୍ଡକୁ ରିଚାର୍ଜ କରିବା ସୁବିଧା ପାଇଥିଲେ। ଯାତ୍ରୀମାନେ ଏଟିଭିଏମ୍‌ ସ୍ମାର୍ଟ କାର୍ଡର ରିଚାର୍ଜ ପାଇଁ ସମସ୍ତ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିପାରିବେ। ଏଥିପାଇଁ ସେମାନେ ୟୁଟିଏସଅନମୋବାଇଲ ୱେବସାଇଟ୍‌ରେ ପଞ୍ଜୀକୃତ ହେବା ପରେ ଏଟିଭିଏମ ସ୍ମାର୍ଟ କାର୍ଡର ଅନଲାଇନ୍ ରିଚାର୍ଜ ଲାଗି www.utsonmobile.indianrail.gov.in ୱେବସାଇଟ୍ ପରିଦର୍ଶନ କରୁଥିଲେ। ଯଦି ଯାତ୍ରୀ ମୋବାଇଲ୍ ଟିକେଟ୍ ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି ତେବେ ସେମାନେ ସମାନ ଆକାଉଣ୍ଟ୍ ବ୍ୟବହାର କରିପାରିବେ। ଲଗ୍‌ ଇନ୍ ପରେ ଯାତ୍ରୀଙ୍କୁ ମେନୁ ଅପ୍ସନ୍ ‘ସ୍ମାର୍ଟ କାର୍ଡ ରିଚାର୍ଜ’ ଚୟନ କରିବାକୁ ପଡ଼ିବ। କାର୍ଡରେ ମୁଦ୍ରିତ ଏଟିଭିଏମ ସ୍ମାର୍ଟକାର୍ଡ ଷ୍ଟକ୍ ନମ୍ବରକୁ ଫିଡ୍ କରିବାକୁ ପଡ଼ିବ। ତା’ପରେ ଯାତ୍ରୀଙ୍କୁ ବୈଧ ରିଚାର୍ଜ ପରିମାଣ ପ୍ରବେଶ କରାଇବାକୁ ହେବ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏଟିଭିଏମରେ ଟପ୍ ଅପ୍ ସମ୍ପୂର୍ଣ୍ଣ କରିବାକୁ ରାଜି ହେବାକୁ ପଡ଼ିବ।