ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଲୋକ ଦେଖିବେ ନବୀନଙ୍କ ଡିଜିଟାଲ୍ ରାଲି !

ଭୁବନେଶ୍ବର: ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ । ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ତେଣୁ ଉପନିର୍ବାଚନରେ ବିଜେଡି ସୁପ୍ରିମୋ ଡିଜିଟାଲ ରାଲି କରିପାରନ୍ତି ବୋଲି କୁହାଯାଉଛି । ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ ବିଜେଡି ଉପ-ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଛି ।

ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଛୁଟି ଦିନ ବ୍ୟତୀତ ଅକ୍ଟୋବର ୧୬ ତାରିଖ ନାମାଙ୍କନ ଦାଖଲ ଚାଲିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ପ୍ରାର୍ଥୀ ପତ୍ର ୧୭ ତାରିଖରେ ଯାଂଚ ହେବ । ୧୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ନଭେମ୍ୱର ୩ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ନଭେମ୍ୱର ୧୦ ତାରିଖରେ ହେବ ଭୋଟ୍ ଗଣତି ।

ସେପଟେ ଉପନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀ କରି  ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ ସୂଚନା ଦେଇଛନ୍ତି । କରୋନା କଟକଣା ମଧ୍ୟରେ ହେବ ଭୋଟ୍ ଗ୍ରହଣ । ବୁଥଗୁଡିକରେ ମାସ୍କ ଓ ଗ୍ଲୋବସ୍ ପିନ୍ଧି ଭୋଟ୍ ଦେବେ ଭୋଟର । ମାସ୍କ ପିନ୍ଧି ନଥିଲେ ବୁଥରେ ଭୋଟରଙ୍କୁ ମାସ୍କ ଦିଆଯିବ । ଉପନିର୍ବାଚନରେ ଘରେ ଥାଇ ଭୋଟ୍ ଦେଇ ପାରିବେ କରୋନା ସଂକ୍ରମିତ ଓ ବୟସ୍କ ବ୍ୟକ୍ତି । ଭୋଟ୍ ଗ୍ରହଣ ତାରିଖ ୩ ତାରିଖ ଆଗରୁ କରୋନା ସଂକ୍ରମିତ ବ୍ୟକ୍ତି, ବୟସ୍କ ବ୍ୟକ୍ତି ଓ ଯେଉଁମାନେ ସଂଗରୋଧରେ ଅଛନ୍ତି ସେମାନେ ବାଲଟ ପେପରରେ ଘରେ ଥାଇ ଭୋଟ୍ ଦେଇପାରିବେ ।

ଡିଏଲଓମାନେ ଘରକୁ ଯାଇ ବାଲଟ ପେପରରେ ଭୋଟ୍ ସଂଗ୍ରହ କରିବେ ବୋଲି ଜ୍ୟନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ରା । ତେବେ ତିର୍ତୋଲ ନିର୍ବାଚନ ମଣ୍ଡଳିର ୩୭୩ଟି ପୁଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ତିର୍ତୋଲରେ ୨,ଲକ୍ଷ ୩୯ ହଜାର ଭୋଟର ଅଛନ୍ତି । ୧ ଲକ୍ଷ ୨୪ ହଜାର ୧୬୮ ଜଣ ପୁରୁଷ ଓ ୧ ଲକ୍ଷ ୧୪ ହଜାର ୯୫୬ ମହିଳା ଭୋଟର ଅଛନ୍ତି।

ସମ୍ବନ୍ଧିତ ଖବର