ରାୟଗଡ଼ା : ରାୟଗଡ଼ାରେ ଲକଡାଉନକୁ ଜନସମର୍ଥନ ମିଳିଛି। ଲୋକଙ୍କ ଏପରି ସମର୍ଥନ କରୋନା ମୁକାବିଲାରେ ସହାୟକ ହେବ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, କିନ୍ତୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଦିନିକିଆ ରାୟଗଡ଼ା ଗସ୍ତରେ ଆସି କରୋନା ସ୍ଥିତି ସମୀକ୍ଷା କରି ଏପରି କହିଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ମହମ୍ମଦ କେ। ରାୟଗଡ଼ା-ଚାନ୍ଦିଲି ଥାନା ଅଞ୍ଚଳ ଗସ୍ତ କରି ଡିଆଇଜି ସ୍ଥିତି ପରଖିବା ସହ ଲୋକଙ୍କୁ ସଚେତନ କରିଥିଲେ। ସାମାଜିକ ଦୂରତା ବଜାୟ ରଖିବା ସହ ବ୍ୟବସାୟୀମାନେ ନିଜର ବ୍ୟବସାୟ ସମୟରେ ଗ୍ରାହକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦେଇଥିଲେ। କର୍ତ୍ତବ୍ୟରେ ଥିବା ପୁଲିସ୍ କର୍ମଚାରୀଙ୍କୁ ନିଜେ ସୁରକ୍ଷିତ ରହିବା ସହିତ ଲୋକଙ୍କୁ ସୁରକ୍ଷା ଦେବାକୁ କହିଥିଲେ। ରାୟଗଡ଼ା ମୁଖ୍ୟ ବଜାର ସମେତ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଥିବା ପରିବା ବଜାରରେ ଲୋକମାନେ ସାମାଜିକ ଦୂରତାକୁ ଓ ମାସ୍କ ବ୍ୟବହାର ନିୟମକୁ କିପରି ପାଳନ କରୁଛନ୍ତି ସେ ସଂପର୍କରେ ଏସପି ଡା. ଶର୍ବଣା ବିବେକ ଏମଙ୍କୁ ପଚାରି ବୁଝିଥିଲେ। ପରିବା ବଜାରରେ ଅଧିକ ଭିଡ ହେଉଥିବା ଯୋଗୁ ଘରକୁ ଘର ପରିବା ଯୋଗାଇବା ବ୍ୟବସ୍ଥା ଓ ଘର ପାଖାପାଖି ଅଞ୍ଚଳରେ ପରିବା ବଜାର ଖୋଲିବା ପାଇଁ ବ୍ୟବସ୍ଥା କରାଯିବା ଉପରେ ଡିଆଇଜି ଆଲୋଚନା କରିଥିଲେ। ନିୟମକୁ କଡାକଡି ଭାବେ ପାଳନ କରିବା ସହ ପୁଲିସ୍ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ପାଇଁ ଡିଆଇଜି ନିର୍ଦେଶ ଦେଇଛନ୍ତି। ଡିଆଇଜିଙ୍କ ଗସ୍ତ ସମୟରେ ଏସପି ଡା. ଶର୍ବଣା ବିବେକ ଏମଙ୍କ ସହ ଅତିରିକ୍ତ ଏସପି ରାମ ପ୍ରସାଦ ସାହୁ, ଡିଏସପି ତପନ ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡ଼ାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି : କରୋନା ସ୍ଥିତି ପରଖିଲେ, ସୁରକ୍ଷିତ ରହିବାକୁ ପରାମର୍ଶ ଦେଲେ
/sambad/media/post_attachments/wp-content/uploads/2020/04/RGD_DIG.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)