ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବଜାରରୁ ଦୁର୍ବୃତ୍ତମାନେ ଏକ ବାଇକ୍ ଡିକି ଭାଙ୍ଗି ସୁନାଚେନ୍ ଏବଂ ୫ ହଜାର ଟଙ୍କା ଲୁଟି ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ପାଟଣା ବ୍ଲକ୍ ବଡ଼ନୂଆଗାଁର କେଶବ ବେହେରା ଏବଂ ତାଙ୍କ ପତ୍ନୀ ସୁଶୀଳା ବେହେରା ପାଟଣା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଆସିଥିଲେ। ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ନିକଟସ୍ଥ ଏକ ଅଳଙ୍କାର ଦୋକନରୁ ୩୫ ହଜାର ଟଙ୍କା ଦେଇ ସୁନାଚେନ୍ କିଣିଥିଲେ।
ସୁନାଚେନ୍ ଏବଂ ବଳକା ୫ ହଜାର ଟଙ୍କା ବାଇକ୍ ଡିକିରେ ରଖିଥିଲେ। ପାଟଣା ବଜାରରେ ବାଇକ୍ ରଖି କେଶବ ନିକଟସ୍ଥ ଏକ ପାନ ଦୋକାନକୁ ଯାଇଥିବା ବେଳେ ସୁଶୀଳା ତେଜରାତି କିଣୁଥିଲେ। ଏହି ସୟମରେ ଦୁଇଜଣ ଯୁବକ ଏକ ବାଇକ୍ରେ ଆସି କେଶବଙ୍କ ବାଇକ୍ ଡିକି ଭାଙ୍ଗି ସୁନାଚେନ୍ ଏବଂ ୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/14_06_2016-LOOT-1_6.jpg)