ଦିଲ୍ଲୀପ ପଣ୍ଡା ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ବିଜେପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏ ନେଇ ଏଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି । ବିଜେପୁର ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ ବାଛିବା ପାଇଁ ପିସିସି ପକ୍ଷରୁ ୫ ଜଣଙ୍କ ନାଁ ଏଆଇସିସିକୁ ପଠାଯାଇଥିଲା । ବିଜେପୁର ବ୍ଲକର ମାନପୁର ଗାଁର ଦିଲ୍ଲୀପ ପଣ୍ଡା ପୂର୍ବରୁ ବ୍ଲକ ଉପାଧ୍ୟକ୍ଷ ଥିଲେ। ସେହିପରି ସେ ଜିଲ୍ଲା କଂଗ୍ରେସ ଭାଙ୍ଗିବା ପୂର୍ବରୁ ଉପାଧ୍ୟକ୍ଷ ଥିଲେ।

ଦଳୀୟ ଟିକେଟ ମିଳିବା ପରେ ଦିଲ୍ଲୀପ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳ ମୋ ଉପରେ ଦଳ ଭରସା ରଖିଥିବାରୁ କୃତଜ୍ଞତା ଜଣାଉଛି। ସମସ୍ତଙ୍କୁ ନେଇ କାମ କରିବି। ସମସ୍ତେ ଏକାଠି ହୋଇ କାମ କଲେ ଦଳ ସମୃଦ୍ଧ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର