କେନ୍ଦ୍ରାପଡା : ପାଟକୁରାର ବିଜେପି ପ୍ରାର୍ଥୀ ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ଦିଲ୍ଲୀପ ରାୟ। ଆଜି ଦିନ ପ୍ରାୟ ୧୦ଟାରେ ଦିଲ୍ଲୀପ ଗରଦପୁର ବ୍ଲକ୍ ତଳକୁସୁମା ସ୍ଥିତ ବିଜୟଙ୍କ ବାସଭବନରେ ପହଞ୍ଚିବା ପରେ ସେଠାରେ ଦୁଇ ନେତା ବେଶ କିଛି ସମୟ ଧରି ଏକାନ୍ତରେ ଆଲୋଚନା କରିଥିଲେ। ସେହି ସମୟରେ ବିଜୟଙ୍କ ଘର ନିକଟରୁ ବାହାରି ଥିବା ନିର୍ବାଚନ ପ୍ରଚାର ଶୋଭାଯାତ୍ରାକୁ ଦିଲ୍ଲୀପ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। କିନ୍ତୁ ଶୋଭାଯାତ୍ରାରେ ପ୍ରଚାରରେ ଆଉ ସାମିଲ ନହୋଇ ପାରି ଭୁବନେଶ୍ବର ଫେରି ଯାଇଥିଲେ। ଦିଲ୍ଲୀପଙ୍କୁ ବିଜୟଙ୍କ ସମର୍ଥକମାନେ ସେଠାରେ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ବିଜୟଙ୍କ ସମର୍ଥକ କହିବା ଅନୁଯାୟୀ ଦିଲ୍ଲୀପ ରାୟ ଏଠାରେ ପହଁଚି କିଛି ପୁରୁଣା କର୍ମୀଙ୍କୁ ଭେଟିବା ସହ ବିଜୟଙ୍କ ସପକ୍ଷରେ ଭୋଟ ଦେଇ ଜିତାଇବାକୁ ଆଲୋଚନା କରିଥିଲେ। ବିଜୟ-ଦିଲ୍ଲୀପଙ୍କ ବନ୍ଧୁତା ସଂପର୍କରେ ସବୁବେଳେ ଆଲୋଚନା ହୋଇ ଆସିଥିବା ବେଳେ ଆଜିର ଏହି ଘଟଣା ତା’ର ପ୍ରମାଣ ବୋଲି କୁହାଯାଉଛି। ଆଜି ତଳକୁସୁମା, ତେଣ୍ତାକୁଡ଼ା ସମେତ ୫ଟି ଗାଁରେ ବିଜୟଙ୍କ ଶୋଭାଯାତ୍ରା ବାହାରିଥିଲା। ବିଜୟ ନିଜେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ।
ବିଜୟଙ୍କ ପାଇଁ ଗରଦପୁରରେ ଦିଲୀପ ରାୟ
/sambad/media/post_attachments/wp-content/uploads/2019/04/dilip-vijaya-kdp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)