ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ପୂର୍ତ ବିଭାଗର ସ୍ବତନ୍ତ୍ର ସଚିବ ରହିଥିବା ଦିଲ୍ଲୀପ କୁମାର ରାୟ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ସଚିବ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ରଞ୍ଜିତ ଏବେ ପୁରୀ-କଟକ ବନ୍ଦୋବସ୍ତ ଅଧିକାରୀଭାବେ ବଦଳି ହୋଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଥିବା ପ୍ରତିଭା ଦୋରାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଯୁଗ୍ମ ନିର୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ପୂର୍ତ ବିଭାଗରେ ଯୁଗ୍ମ ସଚିବଭାବେ କାର୍ଯ୍ୟରତ ମହେନ୍ଦ୍ର ପଣ୍ଡା ନିଜ କାର୍ଯ୍ୟ ବାଦ୍ ରାଜ୍ୟ ଯୋଗାଣ ନିଗମର ମହାପ୍ରବନ୍ଧକ(ପ୍ରୋକ୍ୟୁରମେଣ୍ଟ)ଭାବେ ଦାୟିତ୍ବ ତୁଲାଇବେ। ରାଜ୍ୟ ଯୋଗାଣ ନିଗମର ମହାପ୍ରବନ୍ଧକ(ପ୍ରୋକ୍ୟୁରମେଣ୍ଟ) ଥିବା ମମତା ନାୟକଙ୍କୁ ରାଜ୍ୟ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବଭାବେ ନିଯୁକ୍ତ କରାଯାଇଛି।
ଏହାସହ ନବି ମୁମ୍ବାଇରେ ପିଆରସି ମହାପ୍ରବନ୍ଧକ ଥିବା ସବ୍ୟସାଚୀ ପଣ୍ଡାଙ୍କୁ ସ୍ଥାନୀୟ ଓଡ଼ିଶା ଭବନର ଏଆରସି ତଥା ମହାପ୍ରବନ୍ଧକ ଦାୟିତ୍ବ ଦିଆଯାଇଛି। କୁଚିଣ୍ଡାର ବିଡିଓ ଥିବା ନିରଞ୍ଜନ ସାହୁ ଏବେ ଯାଜପୁର ଜିଲ୍ଲା ରସୁଲପୁର ତହସିଲଦାର, କାଶୀନଗର ତହସିଲଦାର ଥିବା ଲକ୍ଷ୍ମୀପ୍ରସାଦ ସାହୁ ଏବେ କାଶୀନଗର ବିଡିଓ, ଜଗନ୍ନାଥପ୍ରସାଦର ତହସିଲଦାର ଥିବା ମନୋଜ କୁମାର ବେହେରା ଏବେ ପୁରୀ ମ୍ୟୁନିସିପାଲିଟିର ଅତିରିକ୍ତ ନିର୍ବାହୀ ଅଧିକାରୀ ଓ ଅମୃତା ପ୍ରିୟମ୍ବଦା ଇମେଜର ସହକାରୀ ନିର୍ଦେଶକ ସହିତ ଯୋଜନା ଓ ସମନ୍ବୟ ବିଭାଗର ଓଏସ୍ଡି ଦାୟିତ୍ବ ତୁଲାଇବେ। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।