ଭୁବନେଶ୍ୱର: ପୂର୍ବତନ ଭାରତୀୟ ହକି ଅଧିନାୟକ ତଥାପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀଙ୍କୁ ଆଜି ରାଜ୍ୟ ସରକାର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତିି। ଏ ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛିି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର କେହି ଅଧ୍ୟକ୍ଷ ନ ଥିଲେ। ବିଜେଡି ନେତା ନରେନ୍ଦ୍ର ସ୍ୱାଇଁଙ୍କୁ ରାଜ୍ୟ ସରକାର ଓଟିଡିଓିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଥିଲେ। ମାତ୍ର ସେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏହି ଖାଲି ପଡ଼ି ଥିଲା। ନିକଟରେ ରାଜ୍ୟସଭାର ସାଂସଦ ଭାବେ ଦିଲ୍ଲୀପ ତିର୍କୀଙ୍କର କାର୍ଯ୍ୟାଳୟ ଶେଷ ହୋଇଥିଲା। ତେଣୁ ତାଙ୍କୁ ପୁଣି ରାଜ୍ୟସରକାର ଓଟିଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।
ଓଟିଡିସି ଅଧ୍ୟକ୍ଷ ଭାବେ ଦିଲ୍ଲୀପ ତିର୍କୀଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2018/05/Dillip-Tirkey_OTDC-Chairman_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)