ଭୁବନେଶ୍ବର : ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ୱାଲ୍ଡ ହ୍ୟୁମାନ ରାଇଟି ପ୍ରୋଟେକ୍ସନ୍ କାଉନ୍ସିଲ୍’ ପକ୍ଷରୁ ‘ବିଶ୍ବଗଛ ପୁରୁଷ ଆୱାର୍ଡ’ ମିଳିଛି। ବିଶ୍ବ ମାନବିକ ଅଧିକାର ଦିବସରେ ‘ଓଡ଼ିଶା ଷ୍ଟେଟ୍ ପ୍ରଡ୍କଟିଭି କାଉନ୍ସିଲ୍ ଓ ଜାତୀୟ ମାନବିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ସ୍ଥାନୀୟ ପ୍ରେସ୍ କ୍ଲବରେ ଆୟୋଜିତ ଏକ ଉତ୍ସବରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡକ୍ଟର ଶ୍ରୀଚନ୍ଦନଙ୍କୁ ମାନପତ୍ର, ଉପଢୌକନ ଓ ଫଳକ ଦେଇ ସମ୍ମାନିତ କରିଥିଲେ। ଏହି ଉତ୍ସବରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ରାଜ୍ୟ ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମାନବିକ ଅଧିକାର ସୁରକ୍ଷା ସଂଘର ସଭାପତି ଡକ୍ଟର ଅଭିନ୍ନ ହୋତା ଅଧ୍ୟକ୍ଷତା କରିଥିଲେ।
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ବିଶ୍ବଗଛ ପୁରୁଷ ସମ୍ମାନ
/sambad/media/post_attachments/wp-content/uploads/2019/09/dilip-srichandan.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)