ବହୁଚର୍ଚ୍ଚିତ ଓମ୍ ଓ ଦୀପୁ ହତ୍ୟା ଘଟଣାର ଅଭିଯୁକ୍ତ ଦିଲୁକୁ ଧରିଲା କମିସନରେଟ ପୁଲିସ

କଟକ: କମିସନରେଟ ପୁଲିସକୁ ମିଳିଲା ବଡ଼ ସଫଳତା। ଗିରଫ ହେଲା ଡି ବ୍ରଦର୍ସଙ୍କ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ। ୨୦୧୬ ମସିହାରେ ବହୁଚର୍ଚ୍ଚିତ ଓମ୍ ଓ ଦୀପୁ ହତ୍ୟା ଘଟଣା ଘଟିବା ପରେ ୫ ବର୍ଷ ଧରି ପୁଲିସ ହେପାଜତରୁ ଖସି ଫେରାର ହୋଇଯାଇଥିଲା ଦିଲୁ। ତେବେ ଆଜି କଟକ ପୁଲିସ ଦିଲୁକୁ ରାୟଗଡ଼ାରୁ ଗିରଫ କରିବାରେ ସକ୍ଷମ ହୋଇଛି।

ଗିରଫ ସମୟରେ ଦିଲୁ ପାଖରୁ ପୁଲିସ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଓ ତିନିଟି ମୋବାଇଲ ଜବତ କରିଛି। ଦିଲୁ ଡି ବ୍ରଦର୍ସଙ୍କ ଟେଣ୍ଡର ପ୍ରକ୍ରିୟାରେ ମୁଖ୍ୟ ରହୁଥିଲା।

ସମ୍ବନ୍ଧିତ ଖବର