ହାଇକୋର୍ଟରେ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲା: କୁଳପତିଙ୍କ ସମେତ ୩ ଜଣଙ୍କ ଆଗୁଆ ଜାମିନ ଶୁଣାଣି ଶେଷ

କଟକ : ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣା ନେଇ ବୁର୍ଲା ଥାନାରେ ରୁଜୁ ହୋଇଥିବା ମାମଲାରେ କୁଳପତି ପ୍ର‌‌‌ଫେସର ଡ. ସଂଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ୍‌ ଶତପଥୀ ଓ ପିଇଓ ଅଭିଷେକ କର ଦାୟର କରିଥିବା ଆଗୁଆ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ତିନିଜଣଙ୍କ ଆଗୁଆ ଜାମିନ ଆବେଦନର ଏକତ୍ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ତିନି ଆବେଦନକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୭ରେ ହାଇକୋର୍ଟ ଆଗୁଆ ଜାମିନ ଆବେଦନର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ କହିବା ସହିତ ତିନି ଆବେଦନକାରୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ତରଫରୁ ଏଏସ୍‌ସି ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର