ଦୀନେଶ ପଟ୍ଟନାୟକ ହେଲେ ସ୍ପେନ୍‌ରେ ଭାରତର ରାଷ୍ଟ୍ରଦୂତ

ଭୁବନେଶ୍ବର : ‌୧୯୯୦ ବ୍ୟାଚ୍‌ର ଓଡ଼ିଆ ଆଇଏଫ୍‌ଏସ୍‌ ଅଫିସର ଦୀନେଶ ପଟ୍ଟନାୟକ ସ୍ପେନ୍‌ରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି। ବର୍ତ୍ତମାନ ଶ୍ରୀ ପଟ୍ଟନାୟକ ଇଣ୍ଡିଆନ୍ କାଉନ୍‌ସିଲ୍‌ ଫର୍‌ କଲ୍‌ଚରାଲ୍‌ ରିଲେସନ୍ (ଆଇସିସିଆର୍‌)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାରେ।

ସମ୍ବନ୍ଧିତ ଖବର