ଧର୍ମଗଡ଼: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ନେତାମାନେ ଦଳ ବଦଳ କରୁଛନ୍ତି। ଗୁରୁବାର ବିଜୁ ଜନତା ଦଳ ଛାଡ଼ି ପଦ୍ମ ଧରିଛନ୍ତି ଧର୍ମଗଡ଼ର ପୂର୍ବତନ ସରକାରୀ ଓକିଲ ଦିନେଶ କୁମାର ଶର୍ମା। ଶ୍ରୀ ଶର୍ମା ୨୦୧୨ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ବିଜେଡ଼ି ଦଳ ସୁପାରିଶ କ୍ରମେ ସରକାରୀ ଓକିଲ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ବରିଷ୍ଠ ନେତା ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ନେତୃତ୍ବରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।
ଶ୍ରୀ ଶର୍ମା ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳରେ ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ ଓ ୧୨ ବର୍ଷ ଧରି ଧର୍ମଗଡ଼ର ବିଭିନ୍ନ କୋର୍ଟ ରେ ସରକାରୀ ଓକିଲ ଭାବେ କାର୍ଯ୍ୟରତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/f5867422-8664-4371-91e6-57558400fc19.jpeg)
