ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ ପ୍ରଚାରକୁ ଓହ୍ଲାଇଛନ୍ତି ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି। ତାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ମହିଳା ସମାବେଶରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଉଥିବା  ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ଗତ ୫ ଦିନ ଭିତରେ  ପ୍ରାୟ ୮ ଗୋଟି ମହିଳା ସମାବେଶ ଆୟୋଜନ କରି ଦୀପାଳି ମହିଳା ଭୋଟରଙ୍କୁ ଟାର୍ଗେଟ କରିଛନ୍ତି।

Advertisment

publive-image

ବିଜୁ ଜନତା ମହିଳା ଦଳର ରାଜ୍ୟ ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉପନିର୍ବାଚନରେ ବିଜେଡି ମହିଳା ମୋର୍ଚ୍ଚାର ନିର୍ବାଚନ ପ୍ରଚାର କମିଟି ଗଠନ କରି ଏଥିରେ ଦୀପାଳିଙ୍କୁ ମୁଖ୍ୟ ସଂଯୋଜିକା ଦାୟିତ୍ବ ଦେଇଛନ୍ତି। ଏହାପରେ ଦୀପାଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମାବେଶ ଆୟୋଜନ କରୁଛନ୍ତି। ଏହି ସମ‌ାବେଶରେ  ରାଜ୍ୟର ବରିଷ୍ଠ ମନ୍ତ୍ରୀ, ସାଂସଦ ଓ କର୍ମକର୍ତ୍ତା ଯୋଗଦାନ କରୁଥିବା ଦେଖାଯାଉଛି। ଜିଲ୍ଲା ରାଜନୀତିରେ ବାପା ନବ ଦାସଙ୍କର ଦବଦବା ରହିଥିବାରୁ ଝିଅ ଦିପାଳୀଙ୍କୁ ବଳ ଗୋଟୋଇବାରେ ଏହା ସାହାଯ୍ୟ କରୁଛି।

ବେଳେ ଦିପାଳୀ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ପ୍ରଚାର କରୁଥିବା ବେଳେ ବହୁ ସ୍ଥାନରେ ପ୍ରାର୍ଥିନୀ ଅଳକାଙ୍କୁ ଦେଖିବାକୁ ମିଳୁ ନଥିବା ଚର୍ଚ୍ଚାର ଖୋରାକ ଯୋଗାଉଛି। ଏହା ଦଳ ମଧ୍ୟରେ ଥିବା ଫାଟକୁ ପଦାରେ ପକାଉଛି।