ଭୁବନେଶ୍ୱର : ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛି ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପରିଷଦ। ‘ଶୂନ’ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକ ପୁନଃଯାଞ୍ଚ କରାଯିବ। ଏନେଇ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପରିଷଦର ପରୀକ୍ଷା ନିୟମ ଅନୁଯାୟୀ ଦୁଇରୁ ଅଧିକ ଉତ୍ତର ଖାତାକୁ ସମାନ ଉତ୍ତର ପାଇଁ ଯାଞ୍ଚ କରାଯାଇଛି। ଉତ୍ତର ମିଶିବା ଯୋଗୁଁ ସେହି ବିଷୟରେ ‘ଶୂନ’ ନମ୍ବର ଦିଆଯାଇଛି। ଗତ ୨୫ ତାରିଖରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ପରୀକ୍ଷାର୍ଥୀଙ୍କ ପ୍ରତି କୌଣସି କୋହଳ ମନୋଭାବ ପ୍ରକାଶ ନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିସହ ଏଭଳି ଘଟଣାରେ ଲିପ୍ତ ନ ଥିବା ପରୀକ୍ଷାର୍ଥୀଙ୍କୁ ନ୍ୟାୟ ମିଳିବା ଉଦ୍ଦେଶ୍ୟରେ ପରୀକ୍ଷା ଉତ୍ତର ଖାତାଗୁଡ଼ିକୁ ସମାନ ଉତ୍ତର ପାଇଁ ପୁନଃଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷାରେ ଅସାଧୁ ଉପାୟକୁ ପ୍ରଶ୍ରୟ ଦେଇଥିବା ଡିପ୍ଲୋମା ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
ଡିପ୍ଲୋମା ଷଷ୍ଠ ସେମିଷ୍ଟାର ପରୀକ୍ଷା ଖାତା ତ୍ରୁଟି ପ୍ରସଙ୍ଗ : ଶିକ୍ଷାନୁଷ୍ଠାନ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
/sambad/media/post_attachments/wp-content/uploads/2018/07/scte.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)