ମେ’ ୨୦ରୁ ଡିପ୍ଲୋମା ପରୀକ୍ଷା

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରୁ ଡିପ୍ଲୋମା ପରୀକ୍ଷା ହେବ। ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ପୂର୍ବରୁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ପରୀକ୍ଷା ୨, ୩ ଓ ୪ ତାରିଖରେ ହେବାକୁ ଥିଲା।

ସମ୍ବନ୍ଧିତ ଖବର