କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ(ଦ୍ବିତୀୟ ବର୍ଷ) ପରୀକ୍ଷାଫଳ ଶନିବାର ଅପରାହ୍ଣରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ମୋଟ ୬୦୦୭ ଜଣ ପରୀକ୍ଷା ଦେଇଥିବା େବଳେ ୩୩ଜଣ ମାଲ୍ପ୍ରାକ୍ଟିସ୍ ହୋଇଥିଲେ। ଅବଶିଷ୍ଟ ୫୯୭୪ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ଆଜି ପ୍ରକାଶ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬୯୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପ୍ରଥମ ବର୍ଷରେ ୬୦୦୭ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ଜଣ ପରୀକ୍ଷାର୍ଥୀ ମାଲ୍ପ୍ରାକ୍ଟିସ୍ ହୋଇଛନ୍ତି। ଦ୍ବିତୀୟ ବର୍ଷ ପରୀକ୍ଷାର ସାମଗ୍ରିକ ପାସ୍ ହାର ୯୫.୩୬ ପ୍ରତିଶତ ହୋଇଛି। ଦ୍ବିତୀୟ ବର୍ଷ ପରୀକ୍ଷାଫଳ ବୋର୍ଡର ନିଜସ୍ବ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ସୂଚନାଯୋଗ୍ୟ, ଏହି ପରୀକ୍ଷା ଗତବର୍ଷ ଅକ୍ଟୋବର ୨୮ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୯ ତାରିଖରେ ସମାପ୍ତ ହୋଇଥିଲା। ରାଜ୍ୟର ମୋଟ ୪୨ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିବା ବେଳେ ମୂଲ୍ୟାୟନ କାର୍ଯ୍ୟ ୧୧ଟି କେନ୍ଦ୍ରରେ ସଂପାଦିତ ହୋଇଥିଲା।
ଡିପ୍ଲୋମା ଇନ୍ ଏଲିମେଣ୍ଟାରି: ପାସ୍ ହାର ୯୫ପ୍ରତିଶତ
/sambad/media/post_attachments/wp-content/uploads/2019/12/board-secondary-edu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)