ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପରୀକ୍ଷା ଘୁଞ୍ଚିଲା: ୪ ତାରିଖ ପରୀକ୍ଷା ‌୧୦ରେ ହେବ

କଟକ : ସମ୍ଭାବ୍ୟ ବାତ୍ୟା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପରୀକ୍ଷା (ପ୍ରଥମ ବ‌ର୍ଷ ଓ ଦ୍ବିତୀୟ ବର୍ଷ ବ୍ୟାକ୍‌) କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି। ଡିସେମ୍ବର ୪ ତାରିଖରେ ହେବାକୁ ଥିବା ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ ପରୀକ୍ଷା ଡିସେମ୍ବର ୧୦ ତାରିଖରେ ପୂର୍ବ ସମୟ ଅନୁସାରେ କରାଯିବ। କିନ୍ତୁ ଡିସେମ୍ବର ୭ ଓ ୯ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଅନୁଷ୍ଠିତ ହେବ।

ସେହିପରି ଜାତୀୟ ଗ୍ରାମାଞ୍ଚଳ ମେଧ୍ୟାବୃତ୍ତି ପରୀକ୍ଷା(ଏନ୍‌ଆର୍‌ଟିଏସ୍) ଓ ପ୍ରାଇମେରି ସ୍କଲାରସିପ୍ ପରୀକ୍ଷା ଯଥା‌କ୍ରମେ ଡିସେମ୍ବର ୬ ତାରିଖ ଓ ଡିସେମ୍ବର ୮ତାରିଖରେ ପୂର୍ବସୂଚୀ ଅନୁସାରେ କରାଯିବ। ଉପରୋକ୍ତ ଦୁଇ ମେଧାବୃତ୍ତି ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରୁ ପରୀକ୍ଷା କେନ୍ଦ୍ର ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ଏହି ପ୍ରଶ୍ନପତ୍ର କିପରି ସୁରକ୍ଷିତ ଭାବେ ସାଇତି ରଖାଯିବ ସେ ଦିଗରେ ଜିଲ୍ଲା ଶିକ୍ଷାଧିକାରୀମାନେ ଗୁରୁତ୍ବ ଦେବାକୁ ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର