ଡିପ୍ଲୋମା ପ୍ରଥମ ସେମିଷ୍ଟାର ୱିଣ୍ଟର ପରୀକ୍ଷା ସ୍ଥଗିତ

ନିଟ୍‌-ପିଜି ପରୀକ୍ଷା ସ୍ଥଗିତ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପ୍ରିଲ ୧୬ରେ ହେବାକୁ ଥିବା ଡିପ୍ଲୋମା ଓ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ୱିଣ୍ଟର-୨୦୨୦ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା କେବେ ହେବ ସେ ନେଇ ପରବର୍ତୀ ସମୟରେ ଜଣାଇ ଦିଆଯିବ। ଶିକ୍ଷାନୁଷ୍ଠାନଗୁଡ଼ିକୁ ଦିଆଯାଇଥିବା ପ୍ରି-ପ୍ରିଣ୍ଟେଡ୍‌ ଉତ୍ତର ଖାତାଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ଲାଗି ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଏହି ପରୀକ୍ଷା ଏବେ ସ୍ଥଗିତ ରଖିବାକୁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ସ୍କୁଲ ଆସୋସିଏସନ୍‌(ଓପେସା) ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲା। ଓସେପା ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ ଗତକାଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତ ୩ରୁ ୪ ଦିନ ହେଲା ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ବହୁ ପରିମାଣରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି। ତେଣୁ ପରୀକ୍ଷାକୁ ସ୍ଥଗିତ ରଖିବାକୁ ବହୁ ସଂଖ୍ୟକ ଅଭିଭାବକ ଓ ଛାତ୍ରଛାତ୍ରୀ ଦାବି ଜଣାଇଛନ୍ତି। ତେଣୁ ଅତିକମ୍‌ରେ ୧୫ ଦିନ ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବା ସହ ସ୍ଥିତିରେ ସାମାନ୍ୟ ସୁଧାର ଆସିଲେ ପରୀକ୍ଷା କରାଯାଉ।

ନିଟ୍‌-ପିଜି ପରୀକ୍ଷା ସ୍ଥଗିତ
ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରେ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା କେବେ ହେବ, ସେନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ର ସରକାରଙ୍କ ଉପସଚିବ ଅମିତ୍‌ ବିଶ୍ବାସ ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର