ବଙ୍ଗୋପସାଗରରେ ସୃଷ୍ଟି ହେଲା ଡିପ୍ରେସନ୍, ୧୧ ସକାଳ ସୁଦ୍ଧା ବାତ୍ୟା ରୂପ ନେବ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହୋଇଛି । ଏହା ମଙ୍ଗଳବାର ଅପରାହ୍ଣ ସାଢେ ୫ଟା ସୁଦ୍ଧା ପୋର୍ଟ ବ୍ଲେୟାରଠାରୁ ୫୧୦ କିଲୋମିଟର ଦକ୍ଷିଣ ପଶ୍ଚିମରେ ଥିଲା ।

ଏହି ଡିପ୍ରେସନ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଆସନ୍ତା କାଲି ( ୧୦ ମେ) ସଂଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ଝଡ଼ ବା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ୧୧ ତାରିଖ ସକାଳେ ଏକ ଭୀଷଣ ସାମୁଦ୍ରିକ ଝଡ଼ ବା ସିଭିୟର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହେବ । ପରେ ଏହା ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ସାମୁଦ୍ରିକ ଝଡ଼ ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟୋର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ।

ତେବେ ଏହା ଭାରତର ପୂର୍ବ ଉପକୂଳ ଅର୍ଥାତ ଓଡ଼ିଶା, ଆନ୍ଧ୍ର କିମ୍ବା ପଶ୍ଚିମବଙ୍ଗ ଛୁଇଁବାର ସମ୍ଭାବନା ନାହିଁ । ବାତ୍ୟା ବାଂଲାଦେଶ ଓ ମିଆଁମାର ଆଡକୁ ମୁହାଁଇଛି । ଏହା ୧୪ ମେ ଅପରାହ୍ଣରେ ବାଂଲାଦେଶର କକ୍ସ ବଜାର ଓ ମିଆଁମାରର କ୍ୟାକପିଉ ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଏହି ବାତ୍ୟାର ବାହ୍ୟ ଅଂଶ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟ ଦେଇ ଗତିକରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର