ଦୀପୁ ଓ ଓମ୍‌ ହତ୍ୟାକାଣ୍ତ: ଏଫଏସ୍‌ଏସ୍‌ଏଲ୍‌ ସହକାରୀ ନିର୍ଦ୍ଦେଶକଙ୍କ ସାକ୍ଷ୍ୟ ଗ୍ରହଣ ଅଧା

କଟକ: ଦୀପୁ ଓରଫ୍‌ ମନୋଜ ମଲ୍ଲିକ ଓ ଓମ୍‌ ଓରଫ ଓମ ପ୍ରକାଶ ସ୍ବାଇଁ ହତ୍ୟାକାଣ୍ତ ମାମଲାର ଶୁଣାଣି ସମୟରେ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରି(ଏସଏଫ୍‌ଏସ୍‌ଏଲ୍‌)ର ସହକାରୀ ନିର୍ଦ୍ଦେଶକ ଅରୁଣ କୁମାର ସ୍ବାଇଁ ଅଦାଲତରେ ହାଜର ହୋଇ ଆଜି ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଜିଲ୍ଲା ଓ ଦୌରା ଜଜ୍‌ ବାଳକୃଷ୍ଣ ମହାପାତ୍ରଙ୍କ ଇଜଲାସରେ ମାମଲାର ଶୁଣାଣି ସମୟରେ ଶ୍ରୀ ସ୍ବାଇଁଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ହତ୍ୟାକାଣ୍ଡ ସହିତ ଜଡିତ ଖୁଣ୍ଟକଟା ଫାର୍ମ ହାଉସ ଓ ଝାଡଖଣ୍ଡର ନିର୍ଦ୍ଦିଷ୍ଟ ସ୍ଥାନ ସେ ସାଇାଣ୍ଟିଫିକ ଦଳ ସହିତ ଗସ୍ତ କରିଥିବା ବେଳେ ଅପରାଧରେ ବ୍ୟବହୃତ କାରରେ ଥିବା ରକ୍ତଦାଗ ଓ ମୃତକଙ୍କ ଡିଏନଏ ଟେଷ୍ଟ ରିପୋର୍ଟ ପ୍ରସଂଗରେ ସାକ୍ଷ୍ୟ ଗ୍ରହଣ ସମୟରେ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ। ଆଜି ତାଙ୍କର ସାକ୍ଷ୍ୟ ଗ୍ରହଣ ଅଧା ରହିଛି। ମେ’୧ରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଶ୍ରୀ ସ୍ବାଇଁଙ୍କୁ ଅଭିଯୁକ୍ତଙ୍କ ଓକିଲ ଜେରା କରିବେ।

ସମ୍ବନ୍ଧିତ ଖବର