ଦୀପୁ-ଓମ୍‌ ହତ୍ୟା ମାମଲା: ଝାଡ଼ଖଣ୍ଡ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ

ଅଦାଲତରେ ଧଳସାମନ୍ତ ହାଜର

କଟକ : କଟକ ଜିଲ୍ଲା ଓ ଦୌରାଜଜ୍ ଅଦାଲତରେ ଦୀପୁ-ଓମ୍‌ ହତ୍ୟା ମାମଲାରେ ଆଜି ଝାଡ଼ଖଣ୍ଡର ଜଣେ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଝାଡ଼ଖଣ୍ଡର ଗୁଆ ଫାଣ୍ଡି ଅଞ୍ଚଳରେ ଅଧା‌ପୋଡ଼ା ଅବସ୍ଥାରେ ଦୀପୁ ଓ ଓମ୍‌ଙ୍କ ଶବ ମିଳିଥିବା ବେଳେ ଡାକ୍ତର ରତନ ସୋରେନ୍ ଏହି ଦୁଇ ଶବକୁ ବ୍ୟବଚ୍ଛେଦ କରିଥିଲେ। ପରବର୍ତ୍ତୀ ସମୟରେ ଚାଉଳିଆଗଞ୍ଜ ଥାନା ପୁଲିସ ଝାଡ଼ଖଣ୍ଡ ଯାଇ ଏହି ପ୍ରସଂଗରେ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ସଂପର୍କିତ ରେକର୍ଡ ଜବତ କରିଥିଲା।

ବୁଧବାର ଦିନ ଅଦାଲତରେ ଡାକ୍ତର ଏହି ଦୁଇ ଶବର ବ୍ୟବଚ୍ଛେଦ ସଂକ୍ରାନ୍ତରେ କହିଥିଲେ। ତାଙ୍କୁ ଧଳସାମନ୍ତଙ୍କ ପକ୍ଷରୁ ଓକିଲ ଜେରା କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦ ଓ ୨୧କୁ ଧାର୍ଯ୍ୟ କରାଯାଇଛି। ମାମଲା ଶୁଣାଣି ପରେ ବୁଧବାର ସୁଶୀଲକୁ ବାଲେଶ୍ବର ଜେଲ୍‌ ଓ ସୁଶାନ୍ତକୁ ବଲାଙ୍ଗୀର ଜେଲ୍‌କୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ଅସ୍ଥାୟୀ ଭାବେ ସୁଶାନ୍ତକୁ ଚୌଦ୍ବାର ଜେଲ୍‌ ଓ ସୁଶୀଲକୁ ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା। ବହୁଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସ୍‌ରେ ଦୀପୁ ଓ ଓମ୍‌କୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ତରେ ପୋଡ଼ି ଦିଆଯାଇଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର