ନୂଆବର୍ଷରୁ ଭୁବନେଶ୍ୱର-ସୁରଟ ‘ଏୟାର ଇଣ୍ଡିଆ’ ବିମାନ, ସପ୍ତାହକୁ ଉଡିବ ୩ ଦିନ

ଭୁବନେଶ୍ୱର: ଆସନ୍ତା ଜାନୁଆରି ୧ ତାରିଖରୁ ଭୁବନେଶ୍ୱରରୁ ଗୁଜୁରାଟର ବ୍ୟବସାୟିକ ସହର ସୁରଟକୁ ଏୟାର ‘ଏୟାର ଇଣ୍ଡିଆ’ ବିମାନ ଉଡ଼ିବ। ବିମାନ ଚଳାଚଳ ନେଇ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଟୁଇଟର୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁରଟକୁ ‘ଏୟାର ଇଣ୍ଡିଆ’ ବିମାନ ଉଡାଇବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିମାନ ଚଳଚଳ ମନ୍ତ୍ରାଳୟକୁ ଚିଠି ଲେଖି ନିବେଦନ କରିଥିଲେ। ସାଂସଦ ଅପରାଜିତା କହିଛନ୍ତି, ତାଙ୍କ ନିବେଦନକୁ ରକ୍ଷା କରାଯାଇଛି। ‘ଏୟାର ଇଣ୍ଡିଆ’ର ଏହି ବିମାନ ସପ୍ତାହକୁ ୩ ଦିନ ଉଡିବ। ଭୁବନେଶ୍ୱରରୁ ଏହି ବିମାନ ସେବା ଆରମ୍ଭ ହେବା ପରେ ବିମାନ ଯାତ୍ରୀଙ୍କୁ ସିଧାସଳଖ ସୁରଟରେ ପହଂଚିବା ସୁବିଧା ହେବ। ଅପରାଜିତା ଟୁଇଟରରେ କହିଛନ୍ତି, ସୁରଟରେ ରହୁଥିବା ଓଡ଼ିଆମାନେ ଏହି ବିମାନ ପାଇଁ ବହୁ ଦିନରୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର