ଭୁବନେଶ୍ବର : କେବଳ ରାଜ୍ୟ ନୁହେଁ କେନ୍ଦ୍ର ସରକାର ମଧ୍ୟ ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି। ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ରୀୟ ବଜେଟ୍ରେ ବ୍ୟୟ ବରାଦ କରାଯାଉଛି, ହେଲେ ଏ ଅର୍ଥ ଠିକ୍ ସମୟରେ ଆସୁନାହିଁ। ଏଣୁ ଅର୍ଥ ଖର୍ଚ୍ଚରେ ସମସ୍ୟା ସୃଷ୍ଟି ହେଉଛି। ଜଣାପଡ଼ିଛି ଯେ ତିନି ବର୍ଷ ମଧ୍ୟରେ ୭୫୯ କୋଟିର କେନ୍ଦ୍ରୀୟ ବଜେଟ ଟଙ୍କା ଖର୍ଚ୍ଚ ହୋଇନାହିଁ। କୃଷି ବିଭାଗ ବିତ୍ତ ଅଧିକାରୀ ନିଜ ବିଭାଗର ଯୁଗ୍ମ ସଚିବଙ୍କୁ ଚିଠିରେ ଟଙ୍କା ଖର୍ଚ୍ଚ ହୋଇନଥିବା କଥା ଲେଖିଛନ୍ତି।
ସବୁଠୁ ବଡ଼କଥା ହେଉଛି, ଯଦିଓ କୋଭିଡ୍ ସ୍ଥିତିରେ ସୁଧାର ଆସିସାରିଥିଲା, ୨୦୨୧ ମସିହାରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ଏହିବର୍ଷ ୫ କେନ୍ଦ୍ରୀୟ ଯୋଜନା ଯଥା ପରମ୍ପରାଗତ କୃଷି ବିକାଶ ଯୋଜନା, ଜାତୀୟ ମୃତ୍ତିକା ସ୍ବାସ୍ଥ୍ୟ ଏବଂ ଉର୍ବରତା ପ୍ରକଳ୍ପ, ଚାରା ସୁରକ୍ଷା, ବିହନ ଏବଂ ରୋପଣ ଉପକରଣ, ପ୍ରଧାନମନ୍ତ୍ରୀ କୁସୁମ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନାରେ ବଜେଟ୍ ବ୍ୟବସ୍ଥା ଥାଇ ମଧ୍ୟ ଗୋଟିଏ ଟଙ୍କା ବି ଖର୍ଚ୍ଚ ହୋଇନଥିଲା। ଏଥିରୁ ବିହନ
ଏବଂ ଚାରା ରୋପଣ ଉପକରଣ ପାଇଁ ଲଗାତାର ତିନି ବର୍ଷ ଧରି ବଜେଟ୍ରେ ବ୍ୟବସ୍ଥା ହୋଇଥିଲେ ହେଁ ଅର୍ଥ ଖର୍ଚ୍ଚ ହୋଇପାରିନଥିଲା।
/sambad/media/post_attachments/wp-content/uploads/2022/11/krushi-list-300x267.jpg)
ଏହି ଚିଠି ଅନୁଯାୟୀ, କୃଷି ବିଭାଗର ୧୨ କେନ୍ଦ୍ରୀୟ ଯୋଜନାରେ ୨୦୧୯ ମସିହାର ବଜେଟରେ ୫୩୨.୭୩ କୋଟିରୁ ୧୮୯ କୋଟି, ୨୦୨୦ ମସିହାରେ ୪୭୪.୫୪ କୋଟିରୁ ୨୦୬.୭୯ କୋଟି ଏବଂ ୨୦୨୧ ମସିହାରେ ୪୪୧ କୋଟିରୁ ୩୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନାହିଁ। ୨୦୨୧ ମସିହାରେ ନିର୍ଧାରିତ ସମୟ ସୀମା ମଧ୍ୟରେ ଟଙ୍କା ଆସିବାରେ ବିଳମ୍ବ ହେବା କାରଣରୁ ଅର୍ଥ ଖର୍ଚ୍ଚରେ ସମସ୍ୟା ହେଲା ବୋଲି କୁହାଯାଉଛି। ୨୦୧୯ ଏବଂ ୨୦୨୦ ମସିହାରେ ମଧ୍ୟ ୪ଟି ଲେଖାଏଁ ଯୋଜନାରେ ବଜେଟରେ ବ୍ୟୟ ବରାଦ ହୋଇ ଅର୍ଥ ଖର୍ଚ୍ଚ ହୋଇ ନାହିଁ। ୨୦୧୯ ମସିହାରେ କୃଷି ସମ୍ପ୍ରସାରଣରେ ୧୪୧ କୋଟିର ବଜେଟ୍ରୁ ୫୮ କୋଟି ଖର୍ଚ୍ଚ ହୋଇଥିଲା। କିନ୍ତୁ ପରବର୍ତ୍ତୀ ବର୍ଷମାନଙ୍କରେ ଏଥିପାଇଁ ଟଙ୍କା ବ୍ୟବସ୍ଥା ହେଲା ନାହିଁ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପ୍ରତି ଏଭଳି ଆଭିମୁଖ୍ୟ ରଖିଲେ ଚାଷ ଏବଂ ଚାଷୀ ସଙ୍କଟର କିଭଳି ସମାଧାନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
/sambad/media/post_attachments/wp-content/uploads/2021/03/6408-farmers-sowing-ians-750x430.jpg)
ଉଲ୍ଲେଖଥାଉକି, ଯେଉଁ କିଛି ପ୍ରସଙ୍ଗ ଚାଷୀମାନଙ୍କୁ ବ୍ୟଥିତ କରୁଛି ତାହା ହେଲା- ଏମିତି କେତେ ବିଳମ୍ବରେ ଟଙ୍କା ଆସିଲା ଯେ ଖର୍ଚ୍ଚ ହୋଇପାରିଲା ନାହିଁ? ଟଙ୍କା ବିଳମ୍ବରେ ଆସୁଥିବା ନେଇ ରାଜ୍ୟସରକାର ଆପତ୍ତି କରୁନାହାନ୍ତି କାହିଁିକି? ନା ରାଜ୍ୟ ସରକାର ନିଜ ଦୋଷକୁ କେନ୍ଦ୍ର ଉପରେ ଲଦୁଛନ୍ତି। ଏସବୁର ତଦନ୍ତ ହେବା ଜରୁରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/farmer.jpg)